STORYMIRROR

Dileswari Mehar

Inspirational

3  

Dileswari Mehar

Inspirational

ମୋ ଦେଶ ଭାରତ

ମୋ ଦେଶ ଭାରତ

1 min
202

    


ଗଭୀର ଅନୁଚିନ୍ତାରେ ପଶିଯାଇ ମୁଁ

ଦେଖିଲି ମୋ ଦେଶ ଭାରତକୁ

କେତେ ଯେ ଦୁଃଖ ନ ସହିଛି

କୋଟି ରକ୍ତ ବିନ୍ଦୁ ମାଟିରେ ମିଶିଛି l

ମରହଟ୍ଟା ମୋଗଲ ମୁସଲମାନଙ୍କ 

ସହସ୍ର ସମସ୍ୟାର କରି ସମାଧାନ 

ଆଣିଛି ମୁହୂର୍ତ୍ତ ଆତ୍ମ ସମୀକ୍ଷାର 

ସ୍ଵାଦ ଚାଖିଛି ସ୍ୱାଧୀନତାର l

ବହିଃ ଶତ୍ରୁକୁ ଦୂରେଇ ନେଇ

ଲୋଲୁପ ଦୃଷ୍ଟିକୁ ବୁଜେଇ ଦେଇ

ରକ୍ଷା କବଚ ଆମ ମାଟିର ବୀର

ନତ ମସ୍ତକ କରାଇ ଇଂରେଜର

ହିଂସା ପ୍ରଣୋଦିତ ତରବାରିର ଜୟ ନୁହେଁ ଜୟ

ଅହିଂସା ଦୟା ପବିତ୍ରତା ଏକା ବିଜୟ l

ଛିନ୍ନ ଭିନ୍ନ ଦେଶକୁ ସଜାଡି 

ବସୁଧୈବ କୁଟୁମ୍ବକମ୍'ର ପିନ୍ଧି ପଗଡି 

ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠି

ଅହିଂସାର ନୀତି କରି ସୃଷ୍ଟି

ଦରିଦ୍ର ଅସହାୟ ରୁଗ୍ଣ ହତଭାଗ୍ୟ

ଏମାନଙ୍କ ସେବା ହିଁ ଅଟେ ସୌଭାଗ୍ୟ

ଏପରି ମୋ ଦେଶ ଭାରତ ସରଳ ସୁରମ୍ୟ

ସତରେ ମୋ ଦେଶ ଭାରତ ମହାନ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational