STORYMIRROR

Dileswari Mehar

Inspirational

3  

Dileswari Mehar

Inspirational

ବିବାହ

ବିବାହ

1 min
170


କି ଦୋଷ ହେଲା ମୋର 

ଝିଅ ହୋଇ ଜନମିଲି 

ବିବାହ ବନ୍ଧନରେ ବାନ୍ଧି 

ବାପଘରୁ ଆଜି ପର ହେଲି 

ମାଗି ନଥିଲି ମୁଁ କେବେ 

ବଡ ଡିହ କି ଘର 

କାହିଁକି କରୁଛ ମତେ 

ଶତୃ ପରି ଆରପାରିର

ପିନ୍ଧିବାକୁ ଲୁଗା ଖଣ୍ଡେ

ଖାଇବାକୁ ମୁଠେ ଦେଇ

ଆଖି ସାମ୍ନାରେ ରଖିଥାନ୍ତେ

ଘରେ ମୋ ମୁଣ୍ଡ ଗୁଞ୍ଜିଦେଇ

କେମିତି ଯିବି ମୁଁ ଆଜି

ଅଜଣା ଘରକୁ

ଚିହ୍ନି ନାହିଁ କେବେ ମୁହିଁ

ଆଉ କାହାକୁ

କିଏ ମତେ ଗେଲ କରି

ଏତେ ଭଲ ପାଇବ

ମାଆ ଠାରେ ଗାଳି ଖାଇ

ଅଳି କରିବ

ଯିବାକୁ ଦିଅନି ମତେ

ଯିବାକୁ ଦିଅନି

ବିବାହ ବନ୍ଧନେ ମତେ

ବାନ୍ଧି ରଖନି l

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational