STORYMIRROR

Ajay kumar Behera

Inspirational

3  

Ajay kumar Behera

Inspirational

"କ୍ଷଣିକ ଜୀବନ"

"କ୍ଷଣିକ ଜୀବନ"

1 min
203


କାଳି ଅନ୍ଧାରରେ  କ୍ଷଣିକ ଜୀବନ

    ନୀତି ଦହଗଞ୍ଜ ହୁଏ

ସବୁ ଥାଇ ପୁଣି   ଏକୁଟିଆ ପଣେ

    ବାସ୍ତବତା ହଜି ଯାଏ।୧।


କାଲି ଯିଏ ଥିଲା  ଆପଣାର ଭାରି

    ଶୟନେ ସପନେ ମୋର

ଆଜି ହସୁ ଥାଏ  ଆହା କି ସୁନ୍ଦର

    କରି ଦେଇ ମତେ ପର।୨।


ସ୍ୱାର୍ଥପର ନର   ସ୍ୱାର୍ଥ ପାଇଁ ସିନା

    ଦେଇ ଦିଏ ସେ ଭରସା

ସ୍ୱାର୍ଥ ସରି ଗଲେ  ପଛ ଘୁଞ୍ଚା ଦେଇ

    ଭାଙ୍ଗିଦିଏ ପୁଣି ଆଶା।୩।


ନିଆସି ମନରେ  ଆଶାର ଆଲୋକ

   ଧୀରେ ଧୀରେ ଲିଭି ଆଶେ

ଆପଣା ମୁହଁକୁ  ଯେତେ ଭୁଲିଲେବି

   ମାନସ ପଟରେ ଦିଶେ।୪।


କୃତ କର୍ମ ମୋର  ଅଭିଶପ୍ତ ଯଦି

   ଯନ୍ତ୍ରଣା ସହିବା ପାଇଁ

ନତ ମସ୍ତକେ ମୁଁ  ସବୁ ଜେ ସହିବି

   କାହାକୁ କହିବି ନାହିଁ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational