STORYMIRROR

Sasmita Pradhan

Inspirational

3  

Sasmita Pradhan

Inspirational

ସତ୍ୟର ସାରଥୀ ସମୟ

ସତ୍ୟର ସାରଥୀ ସମୟ

1 min
213


 ହେ ସମୟ ....

ତୁମେ ସତ୍ୟର ସାରଥୀ, ମିଳନର ସାରଥୀ, 

ବିଚ୍ଛେଦର ମଧ୍ୟ ସାରଥୀ 

ଦେଖି ହୁଏନା,ଜାଣି ହୁଏନା ତୁମକୁ 

ତଥାପି ଲାଗଭାରି ଆପଣା ଆପଣା ।


ସୁଖ ଦୁଃଖ ହସ କାନ୍ଦ ସଭିଙ୍କୁ ସାଉଁଟି ନିଅ

ଲୁହକୁ ଲୁଚାଇ ହସକୁ ଦେଖାଇ 

ଧିରେ ଧିରେ ଛପି ଯାଅ।


ସନ୍ଧ୍ୟାର ଧୂଳି କଣା ନିଶିର ବୁକୁରେ ମିଶିଗଲା ପରି

କେବଳ ରହିଯାଅ ଛାତି ତଳେ 

ଛୋଟ କୁଡିଆଟେ କରି।

ସେ କୁଡ଼ିଆରୁ ମଧୁଝରା ସ୍ମୃତି 

ଯେତେବେଳେ ଭାସି ଆସି ଲାଗିଯାଏ ମନର ଗହିର ରେ 

ହୃଦୟରୁ ଝରିପଡେ 

କୋହର ଦୁଇ ଧାରା ଅଶ୍ରୁ।


ତୁମେ ପୁଣି ନଦୀ ସ୍ରୋତ ଭଳି ଗଡ଼ି ଚାଲ ଆଗକୁ ଆଗକୁ

ତମ ପଛେ ପଛେ ଧାଇଁ ଥାଏ 

ସାରା ଜଗତ

ତଥାପି କାଇଁ ଜମା ଫେରନା କାଇଁ ଜମା ଫେରନା 

ଥରୁଟିଏ ଦେଖିବାକୁ ସେହି ଛୋଟ ଭଙ୍ଗା କୁଡିଆକୁ,

ବୋଧ ହୁଏ 

 ତୁମେ ସତ୍ୟର ସାରଥୀ ବୋଲି 

 ତୁମେ ସତ୍ୟର ସାରଥୀ ବୋଲି....।


                         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational