STORYMIRROR

ଅନିଲ କୁମାର ଲେଙ୍କା

Inspirational

3  

ଅନିଲ କୁମାର ଲେଙ୍କା

Inspirational

# ଗଣତନ୍ତ୍ର ଅନୁଚିନ୍ତା #

# ଗଣତନ୍ତ୍ର ଅନୁଚିନ୍ତା #

1 min
239

୭୨ ତମ ସାଧାରଣତନ୍ତ୍ର ଦିବସ ଅବସରରେ ସମସ୍ତଙ୍କୁ ଅଜସ୍ର ଶୁଭେଚ୍ଛା ଓ ଅଭିନନ୍ଦନ । 

ଜୟ ହିନ୍ଦ୍ । ବନ୍ଦେ ମାତରମ୍ ।। ଭାରତ ମାତା କି ଜୟ ।।।


ଆମେ ସବୁ ଗଣତନ୍ତ୍ରର ପୂଜାରୀ

   ସ୍ୱାଧୀନ ଦେଶର ଜନ

ତ୍ରିରଙ୍ଗା ପତାକା ଅଟେ ଆମ ମାନ

    ଏ ଜାତି ସ୍ୱାଭିମାନ ।।


ଭେଦଭାବ ଆମ ଦେଶର ତ ଶତ୍ରୁ 

    ସମତା ଆମର ମନ୍ତ୍ର

ସାରା ଜଗତରେ ପରିଚିତ ଆମ

    ସାର୍ବଭୌମ ଗଣତନ୍ତ୍ର ।।


ହସି ହସାଇବା ଶିଖି ଶିଖେଇବା

    କରିବା ମହତ କାମ

ଆମରି ନାଆକୁ ଆମେ ଚଳେଇବା

   ଦେଶର ରଖିବା ନାମ ।।


ଆମେ ଏ ଦେଶର ଭାବି ଭବିଷ୍ୟତ 

  ଅଟୁ ହେ କେଡେ ମହାନ

ଦେଶର ସ୍ୱରାଜ ପଥରେ ରହିଛି

    ଗାନ୍ଧୀ ନେତାଜୀଙ୍କ ଦାନ ।।


ଏ ମାଟିର ସଦା ବିଭାଜନ ପାଇଁ 

    କୁଚକ୍ରୀ କରନ୍ତି ଆଶ

ବିଭେଦ ବିଚ୍ଛେଦ ଧର୍ମ ସଙ୍କୋଚନ

    କରନ୍ତି ବୃଥା ପ୍ରୟାସ ।।


ରକତ ଦାଗର ଛିଟିକା ଲାଗୁଛି

   ମା'ର ପଣତ କାନିରେ

ଆତଙ୍କବାଦୀଙ୍କ ପୀଡା ସହି ସହି

   ତଥାପି ବଞ୍ଚେ ଗର୍ବରେ।।


ହସୁଛି ହସିବ ସର୍ବଂସହା ମାଆ

   ଶିକ୍ଷା ତା ଉଦାର ଭାବ

ଶାନ୍ତି ମୈତ୍ରୀ ପ୍ରୀତି ଧ୍ୱଜା ଉଡାଉଛି

   ଆମ ମାଆ ଆମ ଗର୍ବ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational