STORYMIRROR

Saiprava Sutar

Inspirational

3  

Saiprava Sutar

Inspirational

ଶୂନ୍ୟତା

ଶୂନ୍ୟତା

1 min
168


ଆଜି ତୁ ଯେଉଁ ଶକ୍ତି ପାଇଁ ଗୋଡ଼ କଚାଡୁଛୁ,

ଝଡ ତୋଫାନ ସୃଷ୍ଟି କରୁଛୁ,

ତାଣ୍ଡବଲୀଳା ଦେଖାଉଛୁ ,

ଆଉ ପ୍ରତି ମୁହୂର୍ତ୍ତରେ ଔଦ୍ଧତ୍ୟର ସୀମାକୁ ଲଂଘିଯାଇ

ବାରମ୍ବାର ପ୍ରମାଣିତ କରୁଛୁ

ତୋ ଦକ୍ଷତାକୁ,

 ଆଉ ତୋ ସାମର୍ଥ୍ୟକୁ।

ଦେଖିବୁ !!!

ସେ ଶକ୍ତିଶାଳୀ ବାହୁ, ଦିନେ ଜଡ ପାଲଟିଯିବ।।

ସେ ପ୍ରଶସ୍ତ ଶରୀର ହୁଗୁଳା ହୋଇ ଝୁଲିପଡ଼ିବ।।

ଆଉ ତୋ ନରମ ଚମଡା ଉପରେ ବି ସୃଷ୍ଟି ହୋଇଯିବ 

ବିଶାଳ ମରୁଭୂମି।।

ସବୁ ଝଡ ଥମିଗଲା ପରେ,

ତାଣ୍ଡବର ସବୁ ଅଧ୍ୟାୟରେ ପୂର୍ଣ୍ଣଚ୍ଛେଦ ପଡ଼ିଲାପରେ,

କୋଳାହଳ ଚୁପ୍ ହୋଇଗଲା ପରେ,,

ମଶାଣିର ଉଦଘାଟନ ଉତ୍ସବ ଆରମ୍ଭ ହେଲାପରେ..

ଦେଖିବୁ !!

ତୁ ଏକା ହିଁ ରହିଥିବୁ ,

ସେ ନିର୍ଜନ ରାସ୍ତାରେ।।

ଯାହା ହାତ ଧରି ତୁ ତରବାରୀ ବୁଲାଉଥିଲୁ

ସେ ହାତବି ଚାଲିଯାଇଥିବ

 ମାଇଲି ମାଇଲି ଦୂରକୁ।।।

ଆଉ ତୋ ସାଥୀକୁ ପାଇବା ପାଇଁ ଶତଚେଷ୍ଟା କଲେ ମଧ୍ୟ ,

ତୁ ବାରମ୍ବାର ପାଇବୁ,,

କେବଳ ନିଜକୁ...

କେବଳ ନିଜକୁ....




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational