STORYMIRROR

Saiprava Sutar

Tragedy Inspirational

3  

Saiprava Sutar

Tragedy Inspirational

ମାଆ ପରା ସିଏ

ମାଆ ପରା ସିଏ

1 min
202


ସକାଳୁ ସଞ୍ଜ ଯାଏଁ ପୁରା ଦୁନିଆକୁ ଦେଖୁଥାଏ ସିଏ ,

ତା ଶାଢ଼ୀକାନିରେ।

ଦିନ ଯାଇ ରାତି ହୁଏ, ରାତି ଯାଇ ପୁଣି ଦିନ ହୁଏ

ହେଲେ କାହିଁକି କେଜାଣି 

ତାକୁ କେବେ ନିଦ ଆସେନି ।

ଯେତେ ମାଳା ଗୁନ୍ଥିଲେ ବି ତା ହାତକୁ କେବେ କଷ୍ଟ ହୁଏନି ।

ସିଏ କଣ ଆମ ଭଳି ମଣିଷ ହୋଇଛି ?

ତା' ଦେହରେ ତ' ରକ୍ତ ବଦଳରେ ଗଦା ଗଦା ମରୁଭୂମି ,

ମାଂସ ବଦଳରେ ଅଛି ମେଞ୍ଚାଏ ପଥର ।


ସବୁ ଅସମ୍ଭବକୁ ସମ୍ଭବ କରିବା ପାଇଁ 

ବୋଧେ ସେ ଶପଥ କରିଛି ।।

ଆଉ ନପାରିଲେ ସିଏ କଣ ଚୁପ୍ ଚାପ୍ ବସେ?

ଦିଅ ଦେବତାଙ୍କ ପାଖରେ କେତେ କଣ 

ମାନସିକ କରିପକାଏ,


ଚିରାଶାଢ଼ୀକୁ ଖୁସିରେ ପିନ୍ଧିବାରେ ମୁଁ ତାକୁ ଦେଖିଛି ,

ହାଣ୍ଡିଶାଳ ରୁ ଗୁହାଳ ଘର ଯାଏଁ 

ତାକୁ ପେଣ୍ଡୁ ପରି ଘୁରିବାରେ ବି ଦେଖିଛି।

ଆଉ ହଁ!! ମହମ ପରି ତାକୁ ତରଳିବାରେ ଦେଖିଛି ସିନା 

କେବେ କାଚ ପରି ଭାଙ୍ଗିବାରେ ଦେଖିନି ।


କେହି କିଛି ଦେଖିବା ଆଗରୁ ଲୁହର ନଦୀକୁ 

ସିଏ ପାଣି ଭଳି ଢ଼ୋକି ପକାଏ,

ଆଗରୁ ପରା କହିଥିଲି , ସିଏ କଣ ଆମ ଭଳି ମଣିଷ ହୋଇଛି ଯେ?

ତାକୁ କଷ୍ଟ ହେବ!!

ଥକା ଲାଗିବ!!

ନିଦ ଲାଗିବ!!


କେଜାଣି ଏତେ ଶକ୍ତି ସିଏ କଉଠୁ ପାଏ

କୁଟା କାଠିର ନୀଡ଼କୁ ସେ ତାଜମହଲ କରିପକାଏ

ଧୂଳିଆ ହାତରେ ବି ଦୁନିଆକୁ ସୁନ୍ଦର କରିଦିଏ

ଆଉ ସବୁ ପରୀକ୍ଷାରେ ବିଜୟ ମୁକୁଟ ଧରିକି ଫେରେ ।।


ହେଲେ ଆଜି ଯାଏଁ ତାକୁ କେବେ ହାରିବାରେ ଦେଖିନି 

ମାଁ, ପରା ସିଏ ।

ହାରିବ ବା କେମିତି ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy