STORYMIRROR

Saiprava Sutar

Fantasy Others

4  

Saiprava Sutar

Fantasy Others

ଶ୍ୟାମଳ ସୁନ୍ଦରୀ

ଶ୍ୟାମଳ ସୁନ୍ଦରୀ

1 min
226

ଗୋରୀ ଙ୍କ ଭିତରେ ଗଣନା ହୁଏନି

ନୁହେଁ ମୁଁ ଜମାରୁ ସହରୀ,

ନିଜ ଦୁନିଆରେ ମୁଁ ସତେ ଅପସରୀ

ଗୋରା ନୁହେଁ ମୁଁ ଶ୍ୟାମଳ ସୁନ୍ଦରୀ।

କେବେ କିଏ ମୋତେ ତଛଲ୍ୟ କରନ୍ତି

ଆଉ ମିଛରେ କୁହନ୍ତି" ସରି",

ଭ୍ରୁକ୍ଷେପ କରେନି କଥାକୁ କାହାରି

ଗୋରା ନୁହେଁ ମୁଁ ଶ୍ୟାମଳ ସୁନ୍ଦରୀ।

ସମାଲୋଚନା ବି କରନ୍ତି ବହୁତ

ଫିକା ରଙ୍ଗ ମୋର ଦେଖି ସାରି,

ଆଖି ବୁଜିଦିଏ ଯେବେ ଲୁହ ଆସେ ଭରି,

ଗୋରା ନୁହେଁ ମୁଁ ଶ୍ୟାମଳ ସୁନ୍ଦରୀ।

କଳା ବିନ୍ଦୀ ଲାଗେ ବହୁ ମୂଲ୍ୟବାନ

ତାକୁ ଦେଖି ମନ ଯାଏ ଭରି,

ସରଳ ମନ ମୋ ସବୁ ଗହଣା ଠୁ ସରି

ଗୋରା ନୁହେଁ ମୁଁ ଶ୍ୟାମଳ ସୁନ୍ଦରୀ।

ବେଳେବେଳେ ବାଧ୍ୟ ହୁଏ ଭାବିବାକୁ

ସମାଜ ଆଗରେ କଣ ମୁଁ ଏତେ ଅସୁନ୍ଦରୀ??

ହେଲେ ବାପା ତ' କୁହନ୍ତି ମୁଁ ତାଙ୍କ ପରି

ଗୋରା ନୁହେଁ ମୁଁ ଶ୍ୟାମଳ ସୁନ୍ଦରୀ।

ଲୋକସମାଜ ତ' ବହୁତ କହିବେ

ସୌନ୍ଦର୍ଯ୍ୟ ମୁହଁ ରୁ ଗଲେ ବାହାରି,

ପଛରୁ ଖାଲି ବୃଥା ବାଜିବ ମହୁରୀ

ଗୋରା ନୁହେଁ ମୁଁ ଶ୍ୟାମଳ ସୁନ୍ଦରୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy