ଭବ୍ୟ ତୁମ ଭାବ
ଭବ୍ୟ ତୁମ ଭାବ
ହୃଦୟ ରୁ ସ୍ଵଳ୍ପ ବାର୍ତ୍ତା ଯେ ପ୍ରକାଶି
କିପରି ବର୍ଣ୍ଣିବି ତହିଁ
ବର୍ଣ୍ଣନା ଚାତୁରୀ ଯେତେ ଶ୍ରେୟ ହେଲେ
ବର୍ଣ୍ଣି କି ପାରିବି ମୁହିଁ ।
ଭବ୍ୟ ତୁମ ଭାବ ପ୍ରୀତି ଯେ ଉତ୍କର୍ଷ
ନିସ୍ୱାର୍ଥ ରେ ପ୍ରେମ ବହି
କିପରି ବାନ୍ଧୁଛ ଅବାଧ୍ୟ ସେ ଆଶା
ଆଶା କୁ ଆବଦ୍ଧେ ନେଇ ।
କ୍ଷଣେ ପ୍ରତିକ୍ଷଣେ ଆଘାତ ସହୁଛ
ଅସହ୍ୟ ଯାତନା କ୍ଲେଶ
ଦରଦ ସହୁଛ ବେଦନା ସହୁଛ
ଅସହ୍ୟ ପ୍ରେମ ର ବିଷ ।
ମିଛ ନୁହେଁ ପ୍ରେମ ତୁମ ପ୍ରାନ୍ତର ରେ
ପ୍ରେମ ପଥ ସୁଧା ଧାର
ଦରଦ ଦିଅଇ ଅମାନ୍ଯ ମୋ ମନ
ତଥାପି ବ୍ୟାକୁଳ ଭର ।
ବ୍ୟାକୁଳତା କିମ୍ପା ବୁଝୁନ ଯେ ମୋର
ନିରୁପାୟ ପଥିକ ଟେ
ଅକାରଣେ ମୋର ସାଥେ ଚାଲୁଅଛ
ନିଃସ୍ୱାର୍ଥରେ ମୋର ବାଟେ ।
କ୍ଷୁଦ୍ର ତୁମ ମନ ନିରିମଳ ଯୁକ୍ତ
ଜାଣି ଜାଣି କ୍ଷତ କର
ମୋର ସାଥେ ଆସି ଅପାନ୍ତରେ ଧସି
ନୟନ ଯେ ଅଶ୍ରୁ ଧାର ।
ଅଶ୍ରୁ ଧାର ଧାର ପ୍ରେମର ସେ ନୀର
ପୂର୍ଣ୍ଣ କୋହ ଭାବ ନେଇ
ଭାବରେ ଭାବରେ ବାନ୍ଧୁଛ ଯେ ମୋତେ
ମୋର ମନ ଆତତାୟୀ ।
ପ୍ରେମ ପରିଭାଷା ସୁନ୍ଦର ସେ ଶବ୍ଦ
ନିରନ୍ତେ କହୁଛ ସଦା
ଚାହିଁଲେ ଭି ମୁହିଁ ଆଦରି ପାରୁନି
ପରିସ୍ଥିତି ଚକ୍ରେ ଛନ୍ଦା ।
ନୂତନତା ତୁମ ଆଶା ସଞ୍ଚାରଣ
ମୋତେ ନେଇ କିମ୍ପା କର
ନୂତନ ବରଷେ ଅନନ୍ୟ ସପନ
ନୂତନ ନଅର କର ।
ପ୍ରେମ ପ୍ରୀତି ତୁମ ପାଇବାର ଭାଗ୍ୟ
ଅଛି କି ନାଁ ଜାଣେନାହିଁ
ତୁମ ଖୁସି ମୋର ଶ୍ରେଷ୍ଠ ସୀମା ଧାର
ବ୍ୟକ୍ତ ଶୈଳି ଜାଣେ ନାହିଁ ।