STORYMIRROR

Barsha Swain

Fantasy Others

4  

Barsha Swain

Fantasy Others

ମହୋଦଧିରେ ନୌକା ବିହାର

ମହୋଦଧିରେ ନୌକା ବିହାର

1 min
326

ସମୟ ପ୍ରାୟ ତିନିଟା

ଅପରାହ୍ନ ର ମୁହୂର୍ତ୍ତ 

ଅଶାନ୍ତ ଲହଡିର ସୁ ସୁ ଶବଦ

ମୁଣ୍ଡ ଉପରେ ସୂର୍ଯ୍ୟଙ୍କର ତେରେଛା କିରଣ

ଆଉ ବେଳାଭୂମିରେ ସୂକ୍ଷ୍ମ ବାଲିରେଣୁଗୁଡା

ଚକମକ କରୁଥିଲେ ସ୍ୱର୍ଣ୍ଣ ସମ

ଅନୁଭୂତି ପ୍ରଥମ ନୁହେଁ ,

ହେଲେ ନୌକା ବିହାର ପ୍ରଥମ। 


ବସିଥିଲି ଯେବେ କେବେ ସାଗର ତୀରେ

ଅନୁଭବ ଥିଲା ସାଗର ବକ୍ଷ ଅଶାନ୍ତ 

ପୁଣି ସର୍ବଦା ଜୁଆର ଭଟ୍ଟା ଦ୍ଵାରା ଭୟଙ୍କର 

ପ୍ରତିଦିନ ଶବଦରେ କରେ ଆଚମ୍ବିତ 

ମାତ୍ର ଧାରଣ ଭୁଲ୍ ପ୍ରମାଣିତ ହୁଏ ଆଜି ।


ଡଙ୍ଗାର ଏକ ଧାରେ ବସିଥିଲି ମୁଁ 

କାହିଁ କେଉଁ ଆଶଙ୍କା ଭିତରେ

ମନ ଅସ୍ଥିର ଥିଲା ପୁଣି ଭୟଭୀତ 

ଅନ୍ତରେ କୋହ ଉଠେ ଥରିଉଠେ ଦେହ

ସମ୍ଭାଳି ନିଜକୁ ଯେବେ ଦୂରେ ଧ୍ୟାନ ଦେଲି

ସମୁଦ୍ରର ଶାନ୍ତତା ଅନୁଭବ କଲି। 


ଅନ୍ତର ତାହାର ପୁରାପୁରି ଭିନ୍ନ 

ବାହାର ତାର କୋଳାହାଳମୟ

ନୀଳ ଦରିଆରେ ନୀଳ ଆକାଶ ବି 

ଅତି ନିକଟ ମନେ ହେଉଥିଲା 

ମନେ ହେଉଥିଲା ଯେମିତି 

ମିଶିଯାଇଛନ୍ତି ଉଭୟ ।


ଚତୁର୍ଦିଗ ମୋର ଥିଲା ଜଳମୟ

ଶୋଷରେ ଆତୁର ଥିଲା ମୋ ମନ 

ବିଚିତ୍ର ଥିଲା ସେ ଅନୁଭବ

ନିକଟେ ଜଳଥାଇ ମୁଁ ତୁଷାର୍ତ

ତଥାପି ଶୀତଳ ପବନ କରିଥିଲା ମତେ ବିଚଳିତ। 


ନୌକାର ଗମନେ ବୁଦ୍ ବୁଦ୍ ଶବଦ

ତନ୍ମଧ୍ୟରେ ଜଳେଚରଙ୍କର କ୍ରୀଡ଼ା କୌତୁକ 

ଆନନ୍ଦ ଦେଇଥିଲା ଭାରି

ଦିଗନ୍ତ ବିସ୍ତାରୀ ଅତଳ ସାଗରୁ

ପାରିନଥିଲି ମୁଁ ବାହାରି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy