STORYMIRROR

Mr.GAGAN BIHARI NAYAK

Abstract Fantasy

3  

Mr.GAGAN BIHARI NAYAK

Abstract Fantasy

ସମୟର ଡାକ

ସମୟର ଡାକ

1 min
298


ହସିଲା ସମୟ ଅପସରି ଗଲେ

କାନ୍ଦିବାକୁ ଇଚ୍ଛା ହୁଏ ।

କାନ୍ଦିବା ଲୋକ ହିଁ ଅନୁଭବ କରେ ।

ସୁଖର ସମୟ କିଏ ?


ହସି ହସି କେହି କାନ୍ଦି ପକାଏ

ଆନନ୍ଦେ ବୁହାଏ ଲୁହ ।

କାନ୍ଦିକାନ୍ଦି ଯିଏ ହସିବା ଶିଖିଛି

ହାରିବା ଲୋକ ସେ ନୁହଁ।। 


ସୁଖ ଦୁଃଖ ଦୁହେଁ ପ୍ରତିକୂଳେ ରହି

ଦେଖାନ୍ତି ଜୀବନ ପଥ ।

ସେଇ ପଥ ପରେ ଆମେ ଚାଲିଥାଉ

ହେଇ କ୍ଳାନ୍ତଶ୍ରାନ୍ତ ପାନ୍ଥ।।


ସମୟ ସାରିବା ଜୀବନର ଶେଷ

ସତ୍ଯ ଉପପାଦ୍ଯ ଟିଏ।

ଧନୀ ହେଉ କି ଗରିବ ହେଉ ସେ

ସମୟ ନ ସାରେ କିଏ।।


ଦିନ ପରେ ରାତି ରାତି ପରେ ଦିନ

ଏତ ସଂସାର ସର୍ଜନା ।

ସୃଷ୍ଟିର ଏଇ ଅକାଟ୍ଯ ସତ୍ଯକୁ

କେ କରି ପାରିବ ମନା।। 


ଅୟସର ନିଦ ଛୁଏଁ ନାହିଁ ଆଖି

ଶ୍ରମିକ ଶୁଏନା ରାତେ।

ରାତି ଶୋଇଯାଏ ନିଘୋଡ ନିଦରେ

ସ୍ବପ୍ନ ଦେଇ କାରେ କେତେ।।


ନିଦ ଓ ସପନ ସମ- ସମର୍ପଣ

ପାତର ଅନ୍ତର ନାହିଁ ।

ଧନୀ ଗରିବର ଅଭେଦ ପ୍ରାଚୀର

କେବେ ଭାଙ୍ଗିବ ହେ! ସାଇଁ।।


ଶାଗ ପେଜ ଖାଇ ମାଟି ଘରେ ରହି

ସମୟ କେ ସାରିଥାଏ।

ମାଛମାଂ ଖାଇ ତୂଳୀତଳ୍ପେ ଶୋଇ

ନିଦେ ସ୍ବପ୍ନ ଦେଖେ କିଏ।।


ନିଦ ଭାବେ ନାହିଁ ବଡ଼ସାନ କେହି

ସଭିଙ୍କ ଆଖିକୁ ଛୁଏଁ। 

ହେଉ ମାଟିଘର ଅବା ଶ୍ରୀମନ୍ଦିର

ତାର କିବା ଆସେ ଯାଏ।।


ପ୍ରକୃତିର ଏ ଶ୍ରେଷ୍ଠ ଅବଦାନ

ସମ ବିତରିବା ପାଇଁ।

ଅସମାନତା ଅସ୍ମିତା ହରାଏ

ପ୍ରକୃତି ଅଧର୍ମୀ ସେଇ ।।


ସୁଖ ପରେ ଦୁଃଖ ଦୁଃଖ ପରେ ସୁଖ

ଆସେ ଆନ ଏକ ପରେ।

ସୁଖି ହୁଏ ଦୁଃଖୀ ଦୁଃଖୀ ହୁଏ ସୁଖୀ

ସମୟର ଚକ୍ର ଘୁରେ।। 

(କ୍ରମଶଃ...)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract