Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Fantasy Inspirational

3  

Bharatabandhu Biswal

Romance Fantasy Inspirational

ଆଖିରେ ଆଖିରେ

ଆଖିରେ ଆଖିରେ

1 min
403



ଆଖିରେ ଆଖିରେ   କୁହେ ଇଶାରାରେ

     ପ୍ରିୟତମ ପ୍ରିୟତମା

ଖୋଜ ନାହିଁ ମୋତେ  କେଉଁଠି ବାହାରେ

    ପାଇବନି ମୋତେ ଜମା ।


ଫୁଲରେ ଫଳରେ    ରମ୍ୟ ଉପବନେ

     ଯେଉଁଠି ଖୋଜିବ ପ୍ରିୟ

କେବେ ହେବ ଦୃଶ୍ୟ  କେବେ ବା ଅଦୃଶ୍ୟ

      ରୂପ ଛାୟାଚିତ୍ର ପ୍ରାୟ ।


ନିଭୃତ ଅଦ୍ଭୁତ     ହୃଦୟ କନ୍ଦରେ

     ଶୁଭେ ଅନାହତ ସ୍ୱନ

ସ୍ନେହ ଅନୁରାଗେ    ଜଳାଅ ପ୍ରଦୀପ

     ଅନାବିଳ ଜାଗୁ ପ୍ରେମ ।


ହୃଦୟ ମନ୍ଦିର    ସ୍ୱର୍ଣ୍ଣ ସି°ହାସନେ

     ମୂର୍ତ୍ତିମନ୍ତ ସୁଧା ପ୍ରେମ

ଜାଜ୍ଜ୍ୱଲେ ଜୀବନ    ସବୁଜ ସୁନ୍ଦର

     ଚିରନ୍ତନ ପୂର୍ଣ୍ଣକାମ ।


ଆଖି ସହ ଆଖି    ମନ ସହ ମନ

    ମିଶିଯାଇ ହେଉ ଏକ

ସୃଜୁ ଅବିକଳ     ପ୍ରାଣ ପ୍ରତିରୂପ

    ଜୀବନ ହେଉ ଉନ୍ମେଷ ।

  



Rate this content
Log in