STORYMIRROR

ବୀଣା ନାୟକ

Abstract Romance Others

4  

ବୀଣା ନାୟକ

Abstract Romance Others

ଶେଷ ଅନୁରୋଧ

ଶେଷ ଅନୁରୋଧ

1 min
16

  

ଅନେକ ଦିନରୁ ଖୋଜୁଛି ମୁଁ

ତୁମ ଅସ୍ତିତ୍ୱକୁ ପାଇବାର ଆଶା ନେଇ

କାହିଁ କେଉଁଠି ମିଳୁନି ତୁମ ଠିକଣା

ମରୁଭୂମିରୁ ସାଗର ଯାଏ ସବୁଠି

ଦରାଣ୍ଡି ସାରିଲିଣି ତନ ତନ କରି

ତଥାପି ହାରି ଯାଇନି କି ଥକି ଯାଇନି ମୁଁ

ଅହ ରହ ଖୋଜୁଛି ମୁଁ ଖୋଜୁଥିବି

ଏମିତି ମୋର ଶେଷ ନିଶ୍ୱାସ ଥିବା ଯାଏ

କେମିତି ତୁମେ ହଜିଗଲ ପାଇଲିନି

ଟିକିଏ ଆଭାସ

ହଁ ହଁ ତୁମେ ଠିକ କରିଛ ମୋ ପାଖରୁ

ଦୁରେଇ ଯିବାଟା ବୋଧେ ତୁମର ଆବଶ୍ୟକତା ଥିଲା ନା ମୋର

ଭଲପାଇବା ଭୂଲ ଥିଲା

ଏବେ ମୁଁ ତ ତୁମକୁ ଅଭିଶାପ ଦେଇ ପାରିବିନି ବରଂ ଏତିକି କହିବି

ଯୋଉଠି ଥାଅ ଭଲରେ ଥାଅ

ମୋର ଗୋଟିଏ ଅନୁରୋଧ

ଜୀବନର ଅବସାନ ବେଳେ

ଥରେ ଖାଲି ଦେଖା ଦିଅ

ଦୁଇ ଟୋପା ତୁମ ଅଶ୍ରୁରେ

ମୋର ଶେଷ ନିଶ୍ୱାସଟା ଯେମିତି

ଅଟକି ଯିବ ତୁମ ଅଶ୍ରୁସିକ୍ତ

ଦୁଇ ଆଖିରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract