ମୃତ୍ୟୁ
ମୃତ୍ୟୁ
ଅତୀତ ଟାକୁ ଘାଣ୍ଟୁ ଘାଣ୍ଟୁ ପୁଳାଏ
ଅବର୍ଜନା ପଡ଼ିଗଲା ସାମ୍ନାରେ
ସେଥିରେ ଭରି ରହିଛି ଜୀବନର
ଯେତେ ସବୁ ଅକୁହା କଥା
ଦୁଃଖ ଆଉ ଦୁର୍ଦ୍ଦଶାର ଜୀବନ୍ତ କାହାଣୀ
ହଜିଯାଇଥିବା ଯୌବନ ଆଉ ବାଲ୍ୟତା
ଅହ ରହ ସଂଗ୍ରାମ କରିବାକୁ ପଡ଼ିଥିଲା
ଜୀବନ ସହ କେବଳ ବଞ୍ଚିବା ପାଇଁ
ଏହି ପେଟ ଚାଖଣ୍ଡ ଆଉ ଖଣ୍ଡିଏ କପଡା
ପୁଙ୍ଗୁଳା ଦେହଟାକୁ ଢାଙ୍କିବା ପାଇଁ
ଏବେ ତ ବାର୍ଦ୍ଧକ୍ୟର ପାହାଚରେ
ଯୁଡୁସୁଡୁ ଲୋହଲିତ ଚର୍ମ ଆଉ
ଶିଥିଳ ମାଂସ ପେଶି ସହ
ପବନର ଆଦାନ ପ୍ରଦାନରେ ଯାହା ବଞ୍ଚି ରହିଛି
ସେପଟେ ଶ୍ୱସାନ ଟା ହାତ ଠାରି ଡାକୁଛି
ଏବେ ଆଉ ପେଟରେ ଭୋକ ନାହିଁ
କେବେଠାରୁ ମରିଗଲାଣୀ ସେ
ଆଉତ ବାକି ରହିଛି ଅଳପ ବାଟ
ଚାଲିବାକୁ ହେବ ମୋତେ ଜୀବନର
ଶେଷ ମୁହୂର୍ତ୍ତ ଯାୟେ ପଦ ଦୁଇଟା ନ ଥକିବା
ଯାଏ ମୋର ମୃତ୍ୟୁ
ନ ଆସିବା ଯାଏ।
