ତୁମେ ମୋ ପ୍ରେମର କବିତା
ତୁମେ ମୋ ପ୍ରେମର କବିତା
ମୁଁ ତ ତୁମକୁ ମାଗିନଥିଲି ତୁମ ହସରୁ ଅଧେ ମୁଁ ତ ଚାହିଁ ନଥିଲି ତୁମର ସାନିଧ୍ୟ ତୁମେ କାହିଁକି ଫେରାଇ ନେଲ ମୋ ଆଗରୁ ତୁମ ସଜ ଫୁଟା ମୁହଁ ତୁମକୁ କେମିତି କହିବି କବିତା ତୁମେ ମୋ ହସ୍ତାକ୍ଷର ବୋଲି କେମିତି କହିବି ତୁମକୁ ତୁମେ ଶବ୍ଦର ଅକ୍ଷର ବୋଲି ତୁମେ ମୋ ଭାବନାର ବନାନ ତୁମେ ମୋ ଲୁକାୟତ ଭାବର ପଂକ୍ତି ତୁମେ ମୋ ଅନ୍ଧାର ରାତିର ଝାପ୍ସା ଆଲୋକ ସବୁ ପରେ ମଧ୍ୟ ତୁମକୁ କେମିତି ଭୁଲିବି ତୁମେ ମୋ ବାସର ରାତିର ମତୁଆଲା ତୁମେ ମୋ ନିଦାଘ ରାତିର ନିଦ ତୁମେ ମୋ ଅନ୍ଧାର ରାତିର ସ୍ୱପ୍ନ ଏତେ ସବୁ ପରେ ତୁମେ କଣ ମୋର କେହିନୁହଁ ତୁମେ ପରା ମୋପାଇଁ ଅନ୍ତାକ୍ଷର ତୁମେ ପରା ମୋପାଇଁ ଛନ୍ଦ ତୁମେ ପରା ମୋପାଇଁ ରସ, ରାଗ ଏବେ ମଧ୍ୟ ମୁଁ ତୁମକୁ ସେଇମିତି ସାଇତି ରଖିଛି ମୋ ହୃଦୟର ଟିପାଖାତାରେ ଫୁଲର ପାଖୁଡା ସବୁକୁ, ତୁମେ ହସିଲେ ମୁଁ ହସେ ତୁମେ ଋଷିଲେ ମୁଁ କଲମ ଧରେ ତୁମେ କାନ୍ଦିଲେ ମୁଁ କବିତା ଲେଖେ ଯୋଉ କବିତାରେ ନା ଥାଏ ହସ ନା ରାଗ ନା ଅଭିମାନ ସେ କବିତାଟା ହେଇଯାଏ ପ୍ରେମ। ବୀଣା ନାୟକ,

