STORYMIRROR

ବୀଣା ନାୟକ

Abstract Tragedy Others

3  

ବୀଣା ନାୟକ

Abstract Tragedy Others

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
11

ସପ୍ତ ରଙ୍ଗରେ ରଙ୍ଗୀନ କରି ତୁମେ 

ଆସିଥିଲ ମୋ ଜୀବନ ପରିଧିକୁ,

ସେଦିନ କଣ ଥିଲା ମୁଁ ଜାଣିନଥିଲି 

କି ତୁମେ ମଧ୍ୟ ଜାଣିନଥିଲ,

କେମିତି ହେଇଗଲା ତୁମ ସହିତ 

ଏମିତି ଗୋଟିଏ ବନ୍ଧନ ଅଚାନକ,

ରଙ୍ଗର ପସରା ମେଲି ଆସିଥିଲ 

ତୁମେ ସବୁ କିଛି ଛାଡି ମୋ ପାଖକୁ 

କେତେ ଅମାବାସ୍ୟା, ପୁର୍ଣ୍ଣମା ବିତି ଯାଇଛି 

ଆମର ଏ ଇନ୍ଦ୍ରଧନୁର ଜୀବନରେ 

ଅମାବାସ୍ୟାର ଅନ୍ଧାର ଭିତରେ 

ହଜି ଯାଇଛି ସବୁ ଆମ ପୁସ୍ତକ 

ପୁର୍ଣ୍ଣମା ରାତିଟା ପାଲଟି ଯାଇଛି 

ଆମ ପାଇଁ ଧଳା ଫର ଫର ସାଗରର ଢେଉ 

ତା ଭିତରେ ଆମେ କେବଳ ଉବୁ ଟୂବୁ,

ଏଇଠି ଅହ ରହ ସଂଗ୍ରାମ ଚାଲିଛି 

ମନ ସହ ସମୟର କିଏ ହାରିବ ସେଇଟା 

ମୁଁ ଜାଣିନି ବୋଲି ତୁମକୁ ପଚାରି ଥିଲି ପ୍ରଶ୍ନ 

ତୁମେ ଜାଣିଛ ଅଥଚ ଆଜି ଯାଏ କହିନ 

ଏବେ ଇନ୍ଦ୍ରଧନୁର ସପ୍ତ ରଙ୍ଗ ସବୁ 

ଫିକା ପଡିଗଲାଣୀ କେତେବେଳୁ 

ଉଭେଇ ଗଲାଣି ସଫା ଆକାଶରୁ 

ଏବେ ନିସ୍ତେଜ ସବୁ କିଛି ଆମର 

ତୁମେ କେତେବେଳେ ଦେଖା ଦିଅ ତ 

ପୁଣି କେତେବେଳେ ହଜିଯାଅ 

ମୁଁ ଏଇମିତି ଜଗିଥିବି ପୁଣି ତୁମ 

ସପ୍ତ ରଙ୍ଗର ଇନ୍ଦ୍ରଧନୁ କୁ ଦେଖିବା ଯାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract