STORYMIRROR

ବୀଣା ନାୟକ

Romance Tragedy Action

4  

ବୀଣା ନାୟକ

Romance Tragedy Action

ପାଷାଣୀ ଅହଲ୍ୟା

ପାଷାଣୀ ଅହଲ୍ୟା

1 min
10

ସବୁ ସ୍ବପ୍ନକୁ ହଜାଇଦେଇ ମୁଁ ତୁମ ପାଇଁ ପାଲଟିଗଲି ଗୋଟିଏ ଜୀବନ୍ତ ପାଷାଣ, ଅହଲ୍ୟା ସିନା ଅପେକ୍ଷା କରିଥିଲା ସେଦିନ ଯୋଉଦିନ ପାଷାଣ ହୋଇ ପଡିଥିଲା ସମସ୍ତଙ୍କ ଚଲା ବାଟଟାରେ ଅଭିଶ୍ୟାପରେ ଜର୍ଜରିତ ଜୀବନଟା ଗୌତମଙ୍କ ମୁଖର ବାକ୍ୟରେ ଏବେ ଆଉ ସେ ଅଭିଶ୍ୟାପ ହେଉନି ଜୀବନ୍ତ ଆଉ ଗୌତମ ମାନେ ଦେଉନାହାନ୍ତି ଅଭିଶ୍ୟାପ ଅହଲ୍ୟା ମାନେ ଏବେ ହେଉନାହାନ୍ତି ପାଷାଣ ପାଷାଣରୁ ଅହଲ୍ୟା ହେବାକୁ ଅପେକ୍ଷା କରିବାକୁ ପଡୁନି ଏବେ ରାମଙ୍କ ପଦରଜ ଆଉ ଛୁଉଁନି ପାଷାଣକୁ ଆପେ ଆପେ ପାଷାଣରୁ ଅହଲ୍ୟା ପାଲଟିଗଲା ପରେ ଏବେ ରାମ ମାନଙ୍କୁ ନେଇ ଫେରାର ଅହଲ୍ୟା ବିଚାରା ଗୌତମ ଏବେ କେବଳ ବାଳି ସୁଗ୍ରୀବ ଆଉ ଅଞ୍ଜନଙ୍କୁ ନେଇ ନୀତି ବିଳପି ଉଠନ୍ତି ସକାଳେ ସଂଜରେ ଆଜି କାଲି ଅହଲ୍ୟା ଅଭିଶପ୍ତ ନୁହଁ ଏଠି ଗୌତମ ମାନେ ଅଭିଶ୍ୟାପ ପାଉଛନ୍ତି ଅହଲ୍ୟା ମାନଙ୍କ ଠାରୁ। ବୀଣା ନାୟକ,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance