ସତରେ ତମେ ଆସିଛ ମୋ ପାଖକୁ
ସତରେ ତମେ ଆସିଛ ମୋ ପାଖକୁ
ସତରେ ! ତମେ ଆସିଛ ମୋ ପାଖକୁ
ବିଶ୍ୱାସ ହେଉନାହିଁ ମୋର ଦୁଇ ଆଖିକୁ
କର୍ଣ୍ଣରେ ଶୁଭୁଚି ମୋତେ ତୁମ ପାଉଜିର ରୁଣୁ ଝୁଣୁ ସ୍ୱର
ପାଗଳ ଭଅର ପରି ତୁମକୁ ଖୋଜୁଚି ମୁଁ ବାରମ୍ବାର ।
ମୁଁ ଦେଖୁଚି ତୁମକୁ ମୋ ଦୁଇ ନୟନରେ
ପଡୁନାହିଁ ପତା ମୋର ଦୁଇ ପଲକରେ
ଛାତିର ହୃଦ ସ୍ପନ୍ଦନ ବଢେ ମୋର ଧୀରେ ଧୀରେ
ଦେଖି ତୁମ ଆଖିର ଏକ ଅପୂର୍ବ ଆକର୍ଷଣରେ ।
ତୁମ ପରିଚୟ ଦେଇ ତୁମେ ପଚାରିଲ ମୋର ନାମ
ପରିଚୟ ଦେଇ ମୁଁ ଯେ ଡାକୁଥାଏ ରକ୍ଷାକର ପ୍ରଭୁ ଶ୍ରୀରାମ
କରମର୍ଦ୍ଧନ ଆଶା ନେଇ ବଢ଼ାଇ ଦେଲ ତୁମ ହାତ
ଭୟରେ ଥରି ଥରି ମୁଁ ହୋଇଲି ଆଚମ୍ବିତ ।
ମୁଁହରୁ ମୋର ବାହାରୁ ନଥାଏ କିଛି ବି ଶବ୍ଦ
ସ୍ମିତ ହସି ତୁମେ ପଚାରିଲ କରିଛ କି ମୌନ ବ୍ରତ
ଡରି ଡରି ମୁଁ ପ୍ରକାଶ କଲି ମୋ ମନର ଗୋପନ କଥା
ଲାଘବ ହେବ ବୋଲି ଭାବି ମନର ବ୍ୟଥା ।
ଲାଜେଇ ଲାଜେଇ ତୁମେ ସ୍ୱୀକାର କଲ ମୋ ପ୍ରସ୍ତାବକୁ
କିନ୍ତୁ ମନେପକାଇ ଦେଲ ମୋତେ ସମାଜର ଜାତିପ୍ରଥାକୁ
ଜାତି ଥିଲା ସିନା ଆମର ଅଲଗା ଅଲଗା
ରକ୍ତ, ମନ, ପ୍ରାଣ ରେ ଥିଲା ସମ୍ପୂର୍ଣ ସମତା ।
ସେହି ସମୟରେ ପ୍ରବେଶ କରିଲା ମୋର ବୋଉ
ପଚାରିଲା କେତେ ସମୟ ଶୋଇବୁ ତୁ ଆଉ
ନିଦରୁ ଉଠି ମୁଁ ଯେବେ ଖୋଜିଲି ତୁମକୁ
ଭାବିକି ଆଶ୍ଚର୍ଯ୍ୟ ହେଲି ତୁମେ ସତରେ ନୁହେଁ ଆସିଥିଲ ମୋ ସ୍ବପ୍ନକୁ ।

