STORYMIRROR

Nilakantha Dash

Others

3  

Nilakantha Dash

Others

କେମିତି କରିବି ତୁମ ରୂପ ବର୍ଣ୍ଣନା।

କେମିତି କରିବି ତୁମ ରୂପ ବର୍ଣ୍ଣନା।

1 min
498

କେମିତି କରିବି ତୁମ ରୂପ ବର୍ଣ୍ଣନା।             

ବର୍ଣ୍ଣନା କରିବା ପାଇଁ ଶବ୍ଦ ମୁଁ ଖୋଜି ପାଏନା।            


ଭାରି ଗେହ୍ଲେଇ ତୁମେ ଅଲିଅଳି ଝିଅ।                

ବୁଝିବା ସହଜ ନୁହେଁ

ତୁମକୁ ତୁମେ ଅଡ଼ୁଆ ସୂତାର ଖିଅ।   


କିଏ କହେ ଗୋରା

ପୁଣି କିଏ କହେ ହଳଦିଆ ଗୋରା।      

ହଳଦୀ ବସନ୍ତ ପରି ତୁମରି ଚେହେରା।                


ଯେତେ ଦେଖିଲେ ତୁମକୁ ପଡେନାହିଁ ଆଖି ପତା ।        

ସତେ ଅବା ତୁମେ ଶତ ଶାମୁକାର ମୁକ୍ତା।      


ଦେଖି ତୁମ ସେହି ଘନ କଳା ରଙ୍ଗର କେଶ।            

ଲାଗେ ସତେ ତୁମେ ଧରିଅଛ ଅନ୍ନପୂର୍ଣ୍ଣାଙ୍କ ବେଶ ।         


ପବନରେ ଉଡେ ଯେବେ ତୁମ ଘନକେଶ।              

ଚାରି ଦିଗେ ମହକି ଯାଏ ରଜନୀଗନ୍ଧାର ବାସ।          


ଆଖିରେ ତୁମର ସେଇ ନିରୀହ ଚାହାଣୀ              

ଭାବିବାକୁ ବାଧ୍ୟ କରେ ମୋତେ

ମୁଁ ତୁମ ରାଜା ଆଉ ତୁମେ ମୋର ରାଣୀ।                               


ଦେଖି ତୁମ ମୁଖରେ ଥିବା ସୁନ୍ଦର ନାସିକା।             

ଲାଗେ ସତେ ତୁମେ ମୋର ସେହି ସ୍ବପ୍ନ ର ନାୟିକା।        


ଓଠଟି ତୁମର ବହୁତ ସୁନ୍ଦର ଏବଂ ଭିନ୍ନ ଧରଣର।        

ସତେ କିବା ଅପସରୀ ତୁମେ ସ୍ୱର୍ଗ ରାଇଜର।            


ଦେଖି ତୁମ କର୍ଣ୍ଣର ଝୁମୁକା ଓ ଶରୀରର ଅଳଙ୍କାର।       

ମନେହୁଏ ରାଜକନ୍ୟା ତୁମେ ମୋ ମନ ରାଇଜର।         


ହସିଦେଲେ ତୁମେ ଲାଗ ପରିପୂର୍ଣ୍ଣ।                 

 ଯେତେ ବର୍ଣ୍ଣନା କଲେ ବି ଲାଗେ ମୋତେ ଅସ଼଼ଂପୂର୍ଣ।       


ସରଳ, ନିରୀହ ତୁମେ ଭାରି ବୁଦ୍ଧିମତୀ।               

ଆଶିଷ କରନ୍ତୁ ତୁମକୁ ମା ବୃନ୍ଦାବତୀ।                


ସରୁ ନାହିଁ ତୁମ ରୂପର ବର୍ଣ୍ଣନା ବଢ଼ି ଚାଲିଛି ଅଧ୍ୟାୟ।       

ସତେ କିବା ଲାବଣ୍ୟବତୀର ତୁମେ ଦ୍ବିତୀୟ ପର୍ଯ୍ୟାୟ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍