STORYMIRROR

Nilakantha Dash

Others

3  

Nilakantha Dash

Others

ମୋ ପ୍ରିୟାର ଗାଁ

ମୋ ପ୍ରିୟାର ଗାଁ

1 min
356

ମୁଁ ଯାଇ ଥିଲି ବୁଲି ବାକୁ ମୋ ପ୍ରିୟା ଗାଁ କୁ 

ପ୍ରାକୃତିକ ବିପର୍ଯ୍ୟୟରେ ତାକୁ ଟିକେ ଦେଖିବାକୁ ।

ରାସ୍ତାରେ ଶୋଇ ଥିଲେ କେତେ ଯେ ବୃକ୍ଷ

କିନ୍ତୁ ଅଟକାଇ ପାରିଲେ ନାହିଁ ମୋର ଗନ୍ତବ୍ୟ ପଥ ।

ପିଲା ବେଳର ସାଙ୍ଗ ବସିଥିଲା ମୋର ପଛ ସିଟ୍ ରେ

ପ୍ରିୟାର ଗ୍ରାମ ଅଭିମୁଖେ ଗାଡ଼ି ବୁଝାଇଲି କ୍ଷୀପ୍ର ଗତିରେ।

ପ୍ରିୟା ର ଗାଁ ପାଖେ ବହିଯାଇଛି ଏକ ସୁନ୍ଦର ନଈ

ପଚାରିଲି ପ୍ରିୟାର ଖବର ତା ପାଖକୁ ଯାଇ।

ହସି ହସି ମୋତେ ସିଏ ସ୍ୱାଗତ କଲା 

ପ୍ରିୟା ମୋର ବାଟ ଚାହିଁ ବସି ଥିବାର ସମ୍ବାଦ ଜଣାଇଲା।

ଗାଡ଼ିରେ ହେଇଥିଲା ମୋର ୧୧ ଟା ସମୟ 

ନଦୀ ପାଖରୁ ମୁଁ ନେଲି ବିଦାୟ। 

ପ୍ରିୟା ଗ୍ରାମ ଅଭିମୁଖେ ବାହାରି ପଡିଲି 

ବାଟରେ ମଠ, ମନ୍ଦିର,ସୁଧାଳୟ ଦର୍ଶନ କଲି। 

ପ୍ରିୟା ର ଘର ଆଗରେ ପହଞ୍ଚି ଗଲି 

ଘର ଆଗରେ ପହଞ୍ଚି ପ୍ରିୟା କୁ ଯୋଗାଯୋଗ କଲି ।

ଡରି ଡରି ପ୍ରିୟା କହିଲା ଗୁରୁଜନ ଅଛନ୍ତି ଘରେ 

ମୁଁ ଠିଆ ହେଇଚି ଝରକା ପାଖରେ ।

କଣେଇ ଚାହିଁ ମୁଁ ପ୍ରିୟା କୁ ଦେଖିଲି 

ପ୍ରିୟା କୁ ଚାହିଁ ମୁଁ ଆଶ୍ବସ୍ତ ହେଲି ।

ଲୁଚି ଲୁଚି ଦେଖା କରିବାରେ ଥାଏ ଭିନ୍ନ ଏକ ମହା 

ଏକଥା ମୁଁ ନୁହେଁ କୁହନ୍ତି ଉନ୍ନବିଂଶ ଶତାବ୍ଦୀର ଅଜା ।

ସେତେବେଳେ ମୋର ଭାନ୍ଗିଲା ନିଦ 

ସେଦିନ ରାତିରେ ମୁଁ ଶୋଇନଥିଲି 

ମନେ ପଡ଼ିଲା ନାହିଁ ଏଇଟା ସ୍ବପ୍ନ ଥିଲା କି ସତ‌...?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍