STORYMIRROR

Nilakantha Dash

Others

3  

Nilakantha Dash

Others

ମୋ ପ୍ରିୟା

ମୋ ପ୍ରିୟା

1 min
413

ଜୟ ଶିବ-ଶମ୍ଭୁ ତୁମ କରୁଣା ଅପାର 

ତୁମ୍ଭ ପାଇଁ ମୋର ପ୍ରିୟା କରେ ସବୁ ସୋମବାର 

ପୂଜା କରେ ସେ ନିଇତି ତୁମକୁ 

ସୁଖ ଦେଇ ତାକୁ ଶକ୍ତି ଦେବ ଦୁଃଖ ସହିବାକୁ 

ସମସ୍ତ କାମରେ ସେ ସ୍ମରଣ କରେ ତୁମ୍ଭଙ୍କୁ 

ସରସ କରି ତାର କାମ ବିଜୟୀ କର ତାକୁ 

ତୁମ ପାଇଁ ସେ ଯେ କରଇ ଜାଗର 

ମନ୍ଦିର ରେ ଦୀପ ଜାଳେ ହୋଇ ଉଜାଗର 

କୁନି ପିଲାଟିଏ ସିଏ ତାର ସରଳ ହୃଦୟ 

ସମସ୍ତଙ୍କର ସିଏ ଅତି ଆଦରଣୀୟ 

ଗୁରୁଜନଙ୍କୁ ସିଏ ଭକ୍ତି କରେ ନିତି 

ସ୍ପଷ୍ଟବାଦୀ ସେ ଯେ ମନରେ ତାର ନଥାଏ ଭିତୀ 

ଚଲାପଥ ତାର ହେଉ କୁସୁମିତ 

ନହେଉ ସେ କେବେ ପରାଜିତ 

ତୁମରି ଆଶିଷ ଥାଉ ପ୍ରଭୁ ତା ମଥା ଉପରେ 

ବିଜୟୀ ତାକୁ କର ଏହି ଜୀବନ ଯୁଦ୍ଧରେ.... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍