ମୁଁ କ'ଣ ? ଆଜି ମୁଁ ଜାଣି ପାରୁନି
ମୁଁ କ'ଣ ? ଆଜି ମୁଁ ଜାଣି ପାରୁନି
ମୁଁ କ’ଣ ? ଆଜି ମୁଁ ଜାଣି ପାରୁନି
ତୁମ ବିନା ଏ ପୃଥିବୀରେ ମୋର ସତ୍ତା କ’ଣ ?
ମୁଁ ଖୋଜି ପାଉନି ।
କବିଟିଏ ପାଇଁ ଯେପରି ମୂଲ୍ୟବାନ ତାର କବିତା
ମୋ ପାଇଁ ସେମିତି ମୂଲ୍ୟବାନ ତୁମର ହସ ମୁକୁତା ।
ଜୀବନର ସବୁ ଆଶା ପୂର୍ଣ୍ଣ ହୋଇଯାଏ
ତୁମେ ମୋ ପାଖରେ ଥିଲେ
କିନ୍ତୁ ଏ ଅବୁଝା ମନ ପାଗଳ ହେଇଯାଏ
ତୁମକୁ ଥରୁଟିଏ ନ ଦେଖିଲେ ।
ଦୂରରୁ ଚାଲିଆସ ଯେତେବେଳେ
ଲାଗ କୁନି ପିଲାଟିଏ ପରି
ସତେ ଅବା ଲାଗେ ମୋତେ
ତୁମ ପାଇଁ ଜନ୍ମ କେବଳ ମୋହରି ।
ତୁମେ ଥିଲ ଦୂରେ ମୁଁ ଥିଲି ଦୂରେ ସ୍ଵପ୍ନ ଥିଲା ବହୁଦୂର
ଆଜି କାହିଁ ସେହି ସ୍ବପ୍ନ ଲାଗେ ଭାରି ନିକଟତର ।
ଦୀର୍ଘ ୧୮ ବର୍ଷ ଧରି ଯେଉଁ ମନ ଥିଲା ସ୍ଥିର
ଆଜି କାହିଁକି କେଉଁ କାରଣରୁ ସେ ହୁଏ ଅସ୍ଥିର ।
ଯେତେବେଳେ ତୁମେ ଆସିଯାଅ ମୋ ପାଖକୁ
ଲାଗେ ସତେ ଅତି ନିକଟରୁ ମୁଁ ଦେଖୁଛି ଜହ୍ନକୁ ।
କ'ଣ କହି କରିବି ତୁମକୁ ମୋ ପ୍ରେମ ନିବେଦନ
ବାଧା ଦିଏ ମୋତେ ମୋର ପରିଚୟ
ଏବଂ ମୋର ଆତ୍ମସମ୍ମାନ ।
ଯେଉଁ ଦିନ କରିବି ମୁଁ ତୁମକୁ ଆଲିଙ୍ଗନ
ମନ କହେ ସତେ କିବା ପାଇଯିବି
ମୁଁ ଶ୍ରେଷ୍ଠ ପ୍ରେମିକ ସମ୍ମାନ ?

