STORYMIRROR

Sweetstar Simran

Romance

3  

Sweetstar Simran

Romance

ପାହାନ୍ତି ସପନ

ପାହାନ୍ତି ସପନ

1 min
286


ଆଖି ମୁଦୁ ମୁଦୁ ଦିଶିଗଲା ମତେ

ସ୍ମୃତି ର ଅଡୁଆ ଖିଅ

ସଜାଡ଼ିବା ପାଇଁ ବଢିଗଲା ହାତ

ସତେ କି ନଈର ସୁଅ ।


ଗଣ୍ଠି ପରେ ଗଣ୍ଠି ଫିଟଉ ଫିଟଉ

ଚାଲି ଗଲି କିଛି ଦୂର

ସ୍ମୃତି ସହର ରେ ସତେ କି ଫଗୁଣ

ଚାହିଁଥିଲା ବାଟ ମୋର ।


ପହଂଚୁ ପହଂଚୁ ଅଜାଡି ଦେଲା ସେ

କାହିଁ କେବେ କାର କଥା

ଇନ୍ଦ୍ରଧନୁ ରଙ୍ଗେ ଭରିଗଲା ସତେ

ମନ ଅଗଣା ର ମଥା ।


ପାଦ ଚିପି ଚିପି ରଙ୍ଗ ନେସା ସେଇ

ପାଦ ଚିହ୍ନ ଦେଖାଗଲା

ବୟସ ପାହାଚେ ସଦ୍ୟ ଯୌବନେ

ତୁମ ହସ ଦିଶିଗଲା।


ଭୁଲିଗଲି କ୍ଷଣେ ଅବିକା ସମୟ

ପାଦ ଥାପି ଅତୀତ ରେ

ବିଗତ ଦିନ ର ପୁରୁଣା ଅତିଥି

ମନ ରେ ଶ୍ରାବଣ ଝରେ।


ଆଶା ଯାହା ଥିଲା ହଜିଛି କେବେଠୁ

ସମୟ ର ଇସାରାରେ

ନିଜକୁ ଖୋଜି ବି ପାଇ ପାରୁନାହିଁ

ସକାଳ ର ଆଲୁଅ ରେ।


ହଠାତ ସ୍ପର୍ଶ ରେ ଭାଜିଗଲା ନିଦ

ମୁହେଁ ପଡ଼ିଲାଣି ଖରା

ମନେ ମନେ ଭାରି ଲାଜେଇ ଗଲି ମୁଁ

ଏଯେ ପାହାନ୍ତି ସପନ ପରା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance