ପଦଟିଏ ତୋ ନାଁରେ ପ୍ରିୟା
ପଦଟିଏ ତୋ ନାଁରେ ପ୍ରିୟା


ପ୍ରିୟାକୁ ମାଗିଲି ପଣତ କାନି ତ
ପାତି ଦେଲା ଲାଜେ ମୁହଁ
ତୁମରି ପାଇଁ ତ ପଣତ ଘୋଡାଇ
ରଖିଛି ଏ ମୋର ଦେହ ।
କହିଲା ଏ ମୋର ଯୌବନ ସମ୍ପତ୍ତି
ଉତ୍ତୁଙ୍ଗ ମୋ ବକ୍ଷ ସ୍ଥଳ
ତୁମରି ପରଶ ଲଭିବା ପାଇଁ କି
ଜାଣିଛ କେତେ ବ୍ୟାକୁଳ ?
ଜଳନ୍ତା ଓଠରୁ ଯୋନି ସ୍ଥଳ ଯାଏଁ
ଯେଉଁ ଯନ୍ତ୍ରଣା ମୁଁ ପାଏ
ଜନମ ଜନମ ତା’ର ଉପଶମ
ତୁମଠାରୁ ଖାଲି ଚାହେଁ ।
ମୋ ଦେହ ଜଳଧି – ଯୌବନ ତରଙ୍ଗ
ତୁମେ ମହା ଆକର୍ଷଣ
ଯେତେ ପାଶେ ଆସ ବଢି ବଢି ଚାଲେ
ଜୁଆର ଆୟାମ ମାନ ।
ତଥାପି ହେ ପ୍ରିୟ ସହିବି ଯନ୍ତ୍ରଣା
ଦିନ ଦିନ ବର୍ଷ ବର୍ଷ
ଘୋଡାଇ ରଖିବି ପଣତ କାନିରେ
ନ ଦେବି ତୁମର ସ୍ପର୍ଶ ।
ପଣତ କାନିକୁ ଛୁଇଁବାକୁ ହେଲେ
ଧରିବାକୁ ହେବ ହାତ
ଜୀବନ ସଙ୍ଗିନୀ ସଜାଇବ ମୋତେ
ଅଗ୍ନିକୁ କରି ଶପଥ ।
ମଥାର ସିନ୍ଦୁର ଖୋଲିଦେବ ଦ୍ଵାର
ଜୀବନ ଜୀବନ ପାଇଁ
ପଣତ କାନି ଟା ତୁମରି ହାତରେ
ପ୍ରିୟତମ, ଯିବ ରହି ।