STORYMIRROR

PRASANTA KUMAR MAHAPATRA

Romance

3  

PRASANTA KUMAR MAHAPATRA

Romance

ପଦଟିଏ ତୋ ନାଁରେ ପ୍ରିୟା ୪୭

ପଦଟିଏ ତୋ ନାଁରେ ପ୍ରିୟା ୪୭

1 min
149

ଏମିତିଆ କବିତାଟେ

ଲେଖିବାକୁ ଚାହୁଁ ଅଛି ପ୍ରିୟା

ଯାହା କେହି ଲେଖି ନାହିଁ

କେବେ ପ୍ରିୟା ପାଇଁ ।


ଏମିତିଆ ଘରଟିଏ

ଗଢିବାକୁ ଚାହୁଁ ଅଛି ପ୍ରିୟା

ଯାହା କେହି ଗଢି ନାହିଁ

କେବେ ପ୍ରିୟା ପାଇଁ ।


ଏମିତିଆ ସମ୍ପର୍କଟେ

ଗଢିବାକୁ ଚାହୁଁ ଅଛି ପ୍ରିୟା

ପ୍ରେମ ଇତିହସେ ଯାହା

କେବେ ଲେଖା ନାହିଁ ।


ଏମିତିଆ ମଧୁରତା

ଭରିବାକୁ ଚାହୁଁ ଅଛି ପ୍ରିୟା

ପ୍ରେମରେ ଯା କେହି କେବେ

ଚାଖି ପାରି ନାହିଁ ।


ଏମିତି ବିଶ୍ଵାସ ଭରି

ରହୁ ଆମ ପ୍ରେମେ

କାହାରି ପ୍ରେମରେ ଯାହା

କେବେ ରହି ନାହିଁ ।


Rate this content
Log in

Similar oriya poem from Romance