Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRASANTA KUMAR MAHAPATRA

Romance

3  

PRASANTA KUMAR MAHAPATRA

Romance

ତୁମେ ସାତରଙ୍ଗୀ

ତୁମେ ସାତରଙ୍ଗୀ

1 min
253


ଅଧର ତୁମର            ଗୋଲାପି ଗୋଲାପି

        ଗାଲରେ ହଳଦୀ ରଙ୍ଗ

ଗୋରା ଦେହେ ତୁମ        ବିଜୁଳି ଝଟକେ

       ଆଖିରେ ନୀଳ ତରଙ୍ଗ ।


ଘନ କୃଷ୍ଣ କେଶ          ଫର ଫର ଉଡେ

       ସୂର୍ଯ୍ୟ ମଥାର ସିନ୍ଦୁର,

ସୁବର୍ଣ୍ଣ ଖଚିତ          ଗ୍ରୀବା ଦେଶେ ତୁମ

      ବକ୍ଷରେ ବୋଳା ଅବିର ।


ନୀଳ ପାଟ ଶାଢୀ     ପିନ୍ଧିଛ ଯତନେ

     ଚିର ସବୁଜ ଯୌବନ

ରଜନୀଗନ୍ଧାର      ଗଜରା ନାଇଛ

     ପ୍ରେମେ ରଙ୍ଗା ତୁମ ମନ ।


ତୁମେ ସାତ ରଙ୍ଗୀ     ରଙ୍ଗର ହୋଲି

    ଆସ ମୋତେ ଛୁଇଁ ଯାଅ

ରଙ୍ଗ ହୀନ ମୋ      ଜୀବନକୁ ଥରେ

     ରଙ୍ଗ ହୀନ କରିଦିଅ ।



Rate this content
Log in

Similar oriya poem from Romance