STORYMIRROR

PRASANTA KUMAR MAHAPATRA

Romance

4  

PRASANTA KUMAR MAHAPATRA

Romance

ପଦଟିଏ ତୋ ନାଁରେ ପ୍ରିୟା (୫୦)

ପଦଟିଏ ତୋ ନାଁରେ ପ୍ରିୟା (୫୦)

1 min
217

ମୋକ୍ଷର ମୋହରୁ ମୁକ୍ତ ହୋଇ

ବାରମ୍ବାର ଜୀବନ ଜଞ୍ଜାଳର

ଜଞ୍ଜୀର ଭିତରେ

ନିଜକୁ ବନ୍ଧା ପକାଇ

ସଂସାର – ଦୁଃଖକୁ

ଅମୃତ ସମ ପାନ କରିଯିବାର

ପୁନଃ ପୁନଃ ପ୍ରାର୍ଥନା

ଐଶ୍ଵରିକ ଆଶୀର୍ବାଦର କାମନା

କେବଳ ତୁମ ପାଇଁ ।


ତୁମ ଚକ୍ଷୁର ଚମକରେ

ଚାରିଯୁଗର ଅବଧିକୁ

ମୁହୂର୍ତ୍ତକରେ ସମାହିତ କରି

ତୁମ ବକ୍ଷର ତୁଳା ତଳ୍ପ ଶଯ୍ୟାରେ

ଅଚଳ ମହାମେରୁ ସମ

ଝଡ ଝଞ୍ଜାକୁ ପ୍ରତିହତ କରି

ଜାନୁର ଯୁଗଳବନ୍ଦି ଭିତରେ

ନୀରବ ନିଶ୍ଵାସର କୋଳାହଳକୁ

ସମୟାରୋଧୀ କରିବାର

ଦୁର୍ବାର ପ୍ରୟାସ

କେବଳ ତୁମ ପାଇଁ ।


ବିଶ୍ଵାସ ଆକାଶର ଛାତ ତଳେ

ପ୍ରତିଜ୍ଞାର ପରାକାଷ୍ଠାର ପୃଥିବୀ ବକ୍ଷରେ

ସମର୍ପଣର ବିସ୍ତୀର୍ଣ୍ଣ ଅର୍ଣ୍ଣବର ଜଳରାଶିରେ

ଦେହରୁ ଦେହାତୀତ ସମ୍ପର୍କର

ବୀଜ ବପନ କରି

ଭରଷାର ଭୁଞ୍ଜନରେ ଭରପୁର

ଜିଇଁବାର ପ୍ରବଳ ଆବେଗ

ତୁମ ପାଇଁ

କେବଳ ତୁମ ପାଇଁ ।   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance