Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRASANTA KUMAR MAHAPATRA

Romance

4.0  

PRASANTA KUMAR MAHAPATRA

Romance

ପଦଟିଏ ତୋ ନାଁରେ ପ୍ରିୟା ୪୮

ପଦଟିଏ ତୋ ନାଁରେ ପ୍ରିୟା ୪୮

1 min
254


ଶୁଣି ନ ଶୁଣିବା ଦେଖି ନ ଦେଖିବା

ଯେତକ ବାହାନା ତୁମ

ଚୋରା ଚାହାଣୀରେ ହୃଦୟ ଚିରିବା

ଅଟେ କି ତୁମର ପ୍ରେମ ?


ତୁମ ଚାରିପଟେ ଘୁରି ବୁଲୁଥାଏ

ନିତି ମୁଁ ପାଗଳ ପରି

କେବେ ବି ତୁମର ନଜର ପଡ଼େନି

ମନ ହୁଏ ମୋର ଘାରି

ମୋତେ ଅଣଦେଖା କରି ଚାଲିଯାଅ

ଲାଗଇ ମରଣ ସମ ..... ।


କେତେ ଚେଷ୍ଟା କରେ କହି ଦେବି ବୋଲି

ତୁମକୁ ମୁଁ ଭଲ ପାଏ

ଆଖି ଇଶାରାରେ, ଭାବ ଓ ଭଙ୍ଗୀରେ

କେତେ କଥା ମୁଁ ଯେ କହେ

ଜାଣେନା ସେ ସବୁ ବୁଝ କି ନ ବୁଝ

କି ଅବା ପରୀକ୍ଷା ତୁମ ...... ? 



Rate this content
Log in

Similar oriya poem from Romance