STORYMIRROR

PRASANTA KUMAR MAHAPATRA

Romance

4  

PRASANTA KUMAR MAHAPATRA

Romance

ପଦଟିଏ ତୋ ନାଁରେ ପ୍ରିୟା ୫୪

ପଦଟିଏ ତୋ ନାଁରେ ପ୍ରିୟା ୫୪

1 min
215

ଦୂରରେ ଅଛି ମୁଁ ଭଲରେ ଅଛି ମୁଁ ଯନ୍ତ୍ରଣାରୁ ବହୁ ଦୂର

ଆସନି ପାଖକୁ ଆସନି ପାଖକୁ ଆସନି ପାଖକୁ ମୋର ।


ତୁମେ ଜ୍ଵଳମାନ ଅଗ୍ନି ପିଣ୍ଡୁଳାଟେ ମୁଁ ଏକ ବରଫ ଖଣ୍ଡ

ତୁମଠୁ ବର୍ତ୍ତିବା ପାଇଁ ଯେତେ ଚେଷ୍ଟା ସବୁ ହୋଇଯାଏ ପଣ୍ଡ

ଯୌବନ ଜଳୁଛି ହୁତୁ ହୁତୁ ହୋଇ ଅଙ୍ଗ ପ୍ରତ୍ୟଙ୍ଗେ ତୁମର

ଆସନି ପାଖକୁ ଆସନି ପାଖକୁ ଆସନି ପାଖକୁ ମୋର ।


ହେ ପ୍ରିୟ କିଶୋରୀ ତୁମରି ଯୌବନେ ଜୁଆର ଆସିଛି ମାଡି

ରୂପର ଉରୁମି ଉଛୁଳି ଉଠୁଛି ଉଦଧିର ବକ୍ଷ ତଡି 

ତାହାରି ଆଗରେ ଠିଆ ହେବା ପାଇଁ ଶକତି କାହିଁ ଯେ ମୋର

ଆସନି ପାଖକୁ ଆସନି ପାଖକୁ ଆସନି ପାଖକୁ ମୋର ।


ମଦିରା ଝରଇ ଓଠରୁ ତୁମର ଆଖି ବିଜୁଳିର ଗାର

ଶରୀରର ଗନ୍ଧେ ସୁରା ଲାଗି ଅଛି ଚାଖିନି ମୁଁ ସ୍ଵାଦ ଯା’ର

ତୁମ ପ୍ରେମ ଛୁରୀ ହୃଦ ଯାଏ ଚିରି ମରିବା ହିଁ ମୋର ସାର 

ଆସନି ପାଖକୁ ଆସନି ପାଖକୁ ଆସନି ପାଖକୁ ମୋର ।


ତଥାପି ତୁମର ଯୌବନେ ଜଳିବା ମଦିରାରେ ମତ୍ତ ହେବା

ପ୍ରବଳ ଇଚ୍ଛା ଜାଗିଛି ପ୍ରିୟା ଗୋ ତୁମ ବକ୍ଷେ ପହଁରିବା

ବଡ ହିଁ କଠିନ ବଡ ଦୁର୍ବିସହ ସମୟ ହେଲାଣି ମୋର


ଆସନି ପାଖକୁ ଆସନି ପାଖକୁ ଆସନି ପାଖକୁ ମୋର ।


ତୁମରି ପ୍ରେମରେ ନୀତି ମୁଁ ମରୁଛି ନାହିଁ ମାରିବାର ଭୟ

ଏବେ ମୁଁ କହୁଛି ପାଶେ ଆସ ପ୍ରିୟା ହୃଦୟରେ ମୋର ରୁହ

କହିବିନି ଆଉ ଦୂରେ ରୁହ କେବେ ନେତ୍ର ବଳୟରୁ ମୋର

ଆସନି ପାଖକୁ ଆସନି ପାଖକୁ ଆସନି ପାଖକୁ ମୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance