STORYMIRROR

PRASANTA KUMAR MAHAPATRA

Romance

3  

PRASANTA KUMAR MAHAPATRA

Romance

ପଦଟିଏ ତୋ ନାଁରେ ପ୍ରିୟା ୫୨

ପଦଟିଏ ତୋ ନାଁରେ ପ୍ରିୟା ୫୨

1 min
216

ଏ ରାତି ଆହୁରି

ଲମ୍ବି ଲମ୍ବି ଯାଉ ପ୍ରିୟତମା

ଗାଢରୁ ଗାଢତର ହେଉ

ଅନ୍ଧକାର ।

ଶୀତର ଉତ୍ତାପରେ ଝାଳରେ

ଜୁଡୁବୁଡୁ ହେଉଥାଉ ଦେହ

ନିଶ୍ଵାସମାନେ

ଝଡ ବାତ୍ୟା ପାଲଟି ଯାନ୍ତୁ,

ମାଟି ଫାଟି ପଡୁଥାଉ

ଚଡଚଡ ହୋଇ

ଉତ୍ତପ୍ତ ଲାଭାର ବନ୍ୟା

ମାଡିଯାଉ ଚତୁର୍ଦିଗ,

ହାତ ପସାରି ଦେଲେ 

ହିମାଳୟ ପାଲଟି ଯାଉ

ତୁଳାର ପାହାଡ

ଝଟକା ଝଟକା ଭୂମିକମ୍ପ

ଦଳି ଦେଉ ଦେହ

କିଛି ପରବାୟ ନାହିଁ

ପ୍ରିୟତମା

ସମୟର ଗତି ବନ୍ଦ ହୋଇ ଯାଉ

ପ୍ରେମ ଲମ୍ବି ଲମ୍ବି ଯାଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance