STORYMIRROR

Sasmita Choudhury

Romance

4  

Sasmita Choudhury

Romance

ପ୍ରଥମ ପ୍ରେମ ପତ୍ର

ପ୍ରଥମ ପ୍ରେମ ପତ୍ର

1 min
1K


ଯେବେଠୁ ପାଇଲି

ପ୍ରିୟତମ ତୁମ 

ପ୍ରେମର ପ୍ରଥମ ଚିଠି, 

ଭୁଲିଲି ଦୁନିଆ 

ହସର ଲୁହର 

ସମଷ୍ଟି ଅଥବା ବ୍ଯଷ୍ଟି।


ହସ୍ତାକ୍ଷର ତୁମ

ସାଗର ଗରଭ 

ମୋତିର କି ପ୍ରତିକୃତି, 

ଚିଠିର ଭାଷା କି

ପ୍ରେମ ନିବେଦନ 

ଥିଲା ସେ ଅମୃତ ବୃଷ୍ଟି ।


ପଢୁଥିଲି ଯେତେ 

ଭିଜୁଥିଲି ସେତେ

ନିଜ ଲୁହ ଲହରୀରେ, 

ତୁମ ପ୍ରଣୟର 

ପ୍ରତିବିମ୍ବ ନିତି 

ଦେଖେ ମୁଁ ଲଫାପା ଧାରେ ।


ସପନ ଦେଶର 

ରାଜକୁମାର ମୋ 

ତୁମକୁ ଲେଖିବି ଚିଠି, 

ଭାବନା ଉତ୍ତାରେ 

କାଗଜ କଲମେ 

ଲୁହରେ ଭିଜେ ମୋ ଛାତି ।


ଚିଠିରେ ବୁଝେ କି 

ଅମାନିଆ ମନ 

ହଜିବାକୁ ଚାହେଁ ଥରେ, 

ତୁମ ଚାହାଣିର 

ଚୋରା ଇଙ୍ଗିତ-

ରଙ୍ଗୀନ ଇଲାକାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance