STORYMIRROR

Sasmita Choudhury

Inspirational Others

3  

Sasmita Choudhury

Inspirational Others

ମୋ ଘର ରାନ୍ଧଣା

ମୋ ଘର ରାନ୍ଧଣା

1 min
11.4K

ଲକ୍ ଡାଉନ 

ହେବା ପର ଠାରୁ

ଖାଇବା ରୁଚେନା ଆଉ,

ପରିବା ପତରେ 

ଭୂତାଣୁ ଆତଙ୍କ 

ଆମିଷ ତେଣିକି ଥାଉ।


ଗୁଣ୍ଡ ମସଲାରେ

ବନେଇ ଦେବି ମୁଁ 

ସାଧା ତରକାରୀ ଗୋଟି,

ଦହି ରାଇତା ଓ

ବିରିୟାନୀ ସଙ୍ଗେ

ଖାଇବେ ଆଙ୍ଗୁଠି ଚାଟି।


କିଣା ମସଲା ଠୁ

ମୋ ଘରେ ପ୍ରସ୍ତୁତ 

ମସଲା ଅଟଇ 

ଦେହ ପାଇଁ ଉପକାରୀ,

ଘରେ ପ୍ରସ୍ତୁତ ମୋ

ସାତ୍ତ୍ଵିକ ଖାଦ୍ୟ 

ସ୍ବାଦ ,ଜୀବନିକା ଭରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational