STORYMIRROR

Sasmita Choudhury

Abstract

2  

Sasmita Choudhury

Abstract

ବନ୍ଦୀର ଆତ୍ମଲିପି

ବନ୍ଦୀର ଆତ୍ମଲିପି

1 min
2.9K

ଜୀବନ ଓ ଜୀବିକା ରୁ ନିର୍ବାସିତ, 

ସ୍ଫୁର୍ତ୍ତିହୀନ ପ୍ରତିଟି ସକାଳ;

ଏକାଗ୍ରତା ବିହୀନ ଏ 

ବିଷାଦରେ ଭରା ଖରାବେଳ, 

ସଂଧ୍ୟା ଆରତୀରେ ଶୁଭେ

ଆର୍ତ୍ତନାଦ,ଅନାହୁତ ସ୍ବର ଆତଙ୍କର,

ମୃତ୍ୟୁ ନୀଳ ଲହରୀର

ପ୍ରଚ୍ଛନ୍ନ ହାତରେ -

ଜୀବନର ରାହା ଖୋଜେ ,

ଅସହାୟ ଦୀର୍ଘଶ୍ବାସେ 

ବନ୍ଦୀ ଏଠି ଜୀଇଁବାର ପ୍ରତି କ୍ଷଣ 

ସତେ ଯେମିତି ଅନିଚ୍ଛାର 

ଅଣସର ଘର


ବନ୍ଦୀର ଆତ୍ମଲିପି ଲେଖିବାରେ

ଜନ୍ମେ ନାହଁ ସ୍ପୃହା, 

ଅଦୃଷ୍ଟପୂର୍ବ ଏଇ ମୃତ୍ୟୁର

ସମବେତ ଇସ୍ତାହାର ଯାହା

କାରା କବିତା ମୋ ଏଠି

ବୋଧହୁଏ ପରବର୍ତ୍ତୀ ପିଢୀ ପାଇଁ 

ଦୃପ୍ତ ଚେତାବନୀ, 

ଉଗ୍ର ଆଧୁନିକବାଦ ଇତିବୃତ୍ତି 

ଏଇମାତ୍ର ଶୁଣୁ ଶୁଣୁ ପ୍ରଳୟର 

ତୀବ୍ର ପଦଧ୍ବନୀ


ସଭିଏଁ ତ ପ୍ରଶ୍ନବାଚୀ 

କି ହେବ ଏ

ଗୃହ ବନ୍ଦୀ ଜୀବନର

ପରବର୍ତ୍ତୀ ପରିସ୍ଥିତି  

ଆଶା ଓ ଆଶଙ୍କାର ମଧ୍ୟବର୍ତ୍ତୀ 

ତ୍ରିକୋଣଭୂମିରେ-

ଜୀବନଟା ପ୍ରସ୍ଫୁଟିତ ମଧୁମାଳତୀଟେ

ରଙ୍ଗଉଡା ତ୍ରସ୍ତ ବସନ୍ତର, 

ତୁଚ୍ଛ ଏଠି ଗାଡି, ବାଡି,ସାହେବୀ ପଣିଆ ,

ରାଜା ଠାରୁ ରଙ୍କ ଯାଏ

ସଭିଏଁ ତ ଏଠି ଏକାକାର।


ଘୋର ଏଇ ସଙ୍କଟ କାଳରେ-

କବିତାର ଛନ୍ଦ ମୋର 

ଛୁଇଁ ଯାଉ ପ୍ରତି ବନ୍ଦୀ-ହୃଦୟର

ସନ୍ତ୍ରସ୍ତ ନିଭୃତ ସ୍ଥଳ;

(ମୋ) ବନ୍ଦନାର ପୁଷ୍ପ ସୁରଭିରେ 

ଭରୁ ପ୍ରତି ମନର ଦେଉଳ

ଚାହେଁନା ମୁଁ ମୁକ୍ତି/ଅମରତ୍ବ,,

ଚାହେଁନା ମୁଁ ପ୍ରତିଷ୍ଠା/କବିତ୍ବ ;

ମୋ ଜୀବନ ପ୍ରତି ବଦଳରେ

ହସିଉଠୁ ମୁକ୍ତିର ଆଲୋକରେ 

ଉଦ୍ଭାସିତ, ନିରାମୟ ସୁନ୍ଦର ମରତ,

"କରୋନା"ର ଦୌରାତ୍ମ୍ୟରୁ ମୁକ୍ତ -

ଏକ ଆଶ୍ବସ୍ତିର ନିର୍ମଳ ପ୍ରଭାତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract