STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ମହାଶିବରାତ୍ରି

ମହାଶିବରାତ୍ରି

1 min
182


ଫଗୁଣ ମାସର କୄଷ୍ଣ ଚତୁର୍ଦ୍ଦଶୀ


   ମହାଶିବରାତ୍ରି ହୁଏ,


କୋଟି କୋଟି ଜ୍ୟୋତି ସୂର୍ଯ୍ୟର ସମାନ


   ଆବିର୍ଭୂତ ଏଠି ହୁଏ।୧।


ଜ୍ୟୋତିର୍ଲିଙ୍କ ଜ୍ୟୋତି କୋଟି ସୂର୍ଯ୍ୟ ପରି


   ଫଗୁଣ ମାସରେ ହୁଏ,


କାମ କ୍ରୋଧ ମୋହ ଅତି ଦୁରାଚାର


   ଭକ୍ତି ବଳେ ଦୂର ହୁଏ।୨।


କୄଷ୍ଣ ପକ୍ଷ ଅଟେ ଫଗୁଣ ମାସର


   ଚତୁର୍ଦ୍ଦଶୀ ତିଥି ହୁଏ


ବିଧିବିଧାନରେ ମହାଶିବରାତ୍ରି


   ଶିବଙ୍କ ପୂଜନ ହୁଏ।୩।


ସତୀ ପାର୍ବତୀଙ୍କ ପବିତ୍ର ବିବାହ


   ପବିତ୍ର ମୁହୁର୍ତ୍ତେ ହୁଏ,


ତାଣ୍ଡବ ନୄତ୍ୟରେ ମହୀ ଥରୀ ଉଠେ


   ଜଗତ ମଙ୍ଗଳ ହୁଏ।୪।


ପବିତ୍ର ତିଥିରେ ଶିବ ଉପାସନା


   ଭକ୍ତଙ୍କ ମଙ୍ଗଳ ହୁଏ,


ଯାହ କାମନାଟି ଭକ୍ତିରେ କରିବ


   ଅବଶ୍ୟ ପୂରଣ ହୁଏ।୫।


ଫଗୁଣ ମାସର କୄଷ୍ଣ ଚତୁର୍ଦ୍ଦଶୀ


   ମହାଶିବରାତ୍ରି ହୁଏ,


କୋଟି କୋଟି ଜ୍ୟୋତି ସୂର୍ଯ୍ୟର ସମାନ


   ଆବିର୍ଭୂତ ଏଠି ହୁଏ।୬।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational