STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ମୋ ଶିଶୁ ଚାଲୁଛି

ମୋ ଶିଶୁ ଚାଲୁଛି

1 min
227


ଚାରିବର୍ଷ ପରେ ପୁତ୍ର ଜନ୍ମ ହେଲା

ଖୁସିର ଠିକଣା ନାହିଁ,

ଆନନ୍ଦ ଉଲ୍ଲାସ ଭରି ଗଲା ଘରେ

ଗୄହସ୍ତର ଦୁଃଖ ନାହିଁ।୧।


ଅତି ଯତ୍ନେ ପାଳେ ପୁତ୍ରକୁ ତା ମାଆ

ଅମୂଲ୍ୟ ରତନ ମଣି,

ତିଳେ ନ ଦେଖିଲେ ପୁତ୍ରର ବଦନ

ଆତୁର ହୁଅଇ ପୁଣି।୨।


ଚାଲୁଅଛି ଏବେ ପୁତ୍ରଟି ତାହାର

ସ୍ବାମୀକୁ କୁହେ ବୁଝାଇ,

କାହିଁଭି ଯିବନି ଦେଖୁଥାଅ ପୁତ୍ର

କାମ କରିବି ମୁଁ ଯାଇ।୨।


ପିତା ଦେଖୁଥାଏ ପୁତ୍ରଟି ତାହାର

ଚାଲୁଥାଏ ପୁତ୍ର ମଣି,

ପୁଅ ଦୌଡ଼ି ଦୌଡ଼ି ପୁଣି ଚାଲୁଥାଏ

ବାପା ଦେଖୁଥାଏ ପୁଣି।୩।


ପୁଅ ଦୌଡ଼ି ଦୌଡ଼ି ପୁଣି ଯାଉ ଥାଏ 

ପିତା ଦୌଡେ ଥାଏ ପୁଣି,

ପଡିଯାଏ ପୁତ୍ର କାନ୍ଦି ଉଠେ କେବେ

ଚାପିଧରେ ପୁତ୍ର ମଣି।୪।


ପୁତ୍ର ରାବ ଶୁଣି ମାଆ ଧାଇଁ ଆସେ

ସ୍ବାମୀଙ୍କୁ ରାଗଇ ପୁଣି,

ଶାଶୁ ଶାଶୁର ଭି ଦୌଡ଼ି ଆସନ୍ତି

ନାତିର କାନ୍ଦଣା ଶୁଣି।୫।


ମାଆ ଚାପି ଧରେ ପୁତ୍ରକୁ ତାହାର

ନ କାନ୍ଦରେ ପୁତ୍ରମଣି,

ତୋ ପାପାଙ୍କୁ କହି ଖେଲଣା ଆଣିବି

ନ କାନ୍ଦ ମୋ ସୁନାମଣି।୬।


ଶାଶୁ କହୁଥାଏ ବୋହୂକୁ ତାହାର

ମୋ ନାତିକୁ ଧରି ଥିବୁ,

ସବୁ କାମ ପଛେ ମୁହିଁ କରି ଦେବି

ନାତିରତ୍ନ ଧରି ଥିବୁ।୭।


ଚାରିବର୍ଷ ପରେ ପୁତ୍ର ଜନ୍ମ ହେଲା

ଖୁସିର ଠିକଣା ନାହିଁ,

ଆନନ୍ଦ ଉଲ୍ଲାସ ଭରି ଗଲା ଘରେ

ଗୄହସ୍ତର ଦୁଃଖ ନାହିଁ।୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational