ବୋଧେ ଏ ତ ଭଲ ପାଇବା
ବୋଧେ ଏ ତ ଭଲ ପାଇବା
ସେ ଦିନ
ଦେଖା ହେବା ପରେ
ତୁମସହ ମୋର
ମୁଁ ଆଉ ମୁଁ ହେଇ ନାହିଁ ।
ସମ୍ପୂର୍ଣ୍ଣ ବଦଳି ଯାଇଛି
ମୋ ଭିତର ଟା
ତୁମକୁ ନେଇ ଅନେକ ସ୍ବପ୍ନ
ଦେଖିବାରେ ଏବେ ବିତୁଛି କେତେ ରାତି ।
ତୁମେ ଆଉ ମୁଁ
ଶବ୍ଦ ନିଜର ଲାଗେ
ତୁମକୁ ନେଇ ନୂଆ ଏକ ପୃଥିବୀ
ଗଢିବାକୁ ମନ ବ୍ୟାକୁଳ ହୁଏ ।
ସମୟର ସ୍ରୋତରେ
ଭାସିଯାଇ ଥିବା ଅନେକ ସ୍ମୃତି
ତୁମରି ଛୁଆଁରେ
ପାଲଟି ଯାଇଛି ଜୀବନ୍ତ ।
ତୁମେ ମୋଠୁ ବହୁଦୂରେ
ହୃଦୟ ଅନୁଭବ କରେ
ତୁମେ ଅଛ ମୋ ସାଥିରେ
ନିଃଶବ୍ଦ ଅନ୍ଧାରେ
ସ୍ୱପ୍ନର ପଥରେ
ମନ ମରୀଚିକା ମରୁ ପ୍ରାନ୍ତରେ
ତୁମେ ମୋ ନିଶ୍ୱାସରେ
ତୁମେ ମୋ ପ୍ରତି ସ୍ପନ୍ଦନର ଧୁନରେ ।
ଏତେ ନିଜର
ଅଜଣା ଥିବା ତୁମ ପରିଚୟ
ବୋଧେ ଏତ ଭଲ ପାଇବା ।