Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABINA KU, KHADANGA

Romance

3  

PRABINA KU, KHADANGA

Romance

ରକ୍ତ ଗୋଲାପ ପ୍ରେମ

ରକ୍ତ ଗୋଲାପ ପ୍ରେମ

1 min
297


ଗୋଲାପ ଫୁଲକୁ କରିବାକୁ ନିଜର

ବଢେଇ ଦେଲି ନିଜ ହାତ

ଜାଣି ନଥିଲି କ୍ଷଣିକ ଉଲ୍ଲାସ ମଉଳି

ପାଇବି ବୋଲି କଣ୍ଟାର ଆଘାତ ।

ହାତକୁ ରକ୍ତାକ୍ତ ମନକୁ କ୍ଷତାକ୍ତ କରି

ତୋଳି ପାରିଲି ରଙ୍ଗ ଗୋଲାପ

କାହିଁକି କେଜାଣି ବଦଳି ଗଲା ପ୍ରାୟ

ସାଜିଲା ରକ୍ତ ରଙ୍ଗ ଗୋଲାପ ।

ଯନ୍ତ୍ରଣା ବାରମ୍ବାର ହୃଦୟ କୋମଳ

କେତେ ବା ସହିପାରିବ

ବିଶ୍ୱାସ ଆଗରେ ନିଃଶ୍ୱାସ ଆଜି

ବାଟ କାଟି ଚାଲିଯିବ ।

ରଙ୍ଗ ଗୋଲାପ ରକ୍ତିମ ଆଭା ମଦିରା

ଦିନୁ ଦିନ ନିଶା ଘାରେ

ବାଉଳା ମନ ମତୁଆଲା ବୟସ

ଭିଡିନିଏ ଅନ୍ଧାର ଘୋରେ ।

ରକ୍ତ ଗୋଲାପର ପ୍ରେମ ଯାଦୁଗରି ଭାଷା

ତନ୍ତ୍ର ମନ୍ତ୍ର ନିର୍ଝର ଝରଣା

ଆୟୁଷ ସହିତ ବଞ୍ଚିବାକୁ ଚାହିଁଛି

ପାଇ ଯେତେ ଦୁଃଖ କଷ୍ଟ ଯନ୍ତ୍ରଣା ।


Rate this content
Log in

Similar oriya poem from Romance