ଅଙ୍କାବଙ୍କା ପାପୁଲି ରେଖା
ଅଙ୍କାବଙ୍କା ପାପୁଲି ରେଖା
ଭାଗ୍ୟକୁ କାମୁଡି ପଡ଼ି ରହିଅଛି
ଯାଉଛି ସମୟ ସରି
ମିଛ ସ୍ୱାଭିମାନ ଆଭିଜାତ୍ୟ ଯେତେ
ଗର୍ବରେ ଯାଉଛି ଜଳି ।
ଅଙ୍କା ବଙ୍କା ହାତ ପାପୁଲି ରେଖାରେ
ଜୀବନ ଜାତକ ମେଳ
ସମୟ ସୂଅରେ ଭାସି ଭାସି ଦିନେ
ସରିଯିବ ଆୟୁ ଖେଳ ।
ଦୁର୍ବଳ ହୋଇପଡେ ସମ୍ପର୍କ ଡୋର
ସ୍ବାର୍ଥ ସରିଗଲା ପରେ
ତଥାପି କାହିଁକି ସମ୍ପର୍କ ଗଢ଼ିଉଠେ
ସ୍ୱାର୍ଥବାଦି ଦୁନିଆଁରେ ।
ଜନମ ମରଣ ନାଆରେ ଜୀବନ
ଦୁଇ ପଟେ ସଂସାର ଜ୍ଵାଳା
ଅଭିମାନ ଏଠି ବନ୍ଧା ପଡ଼ିଥାଏ
ଭଲପାଇବା କି ଅବା ଲୋଡା ।
ମୃତ୍ୟୁ ପରେ ପାଖେ କିଛି ତ ନଥିବ
ଥିବ ଶ୍ମଶାନ ଭୂଇଁରୁ ହାତେ
ଜଳି ପୋଡ଼ି ଶରୀର ପାଉଁଶ ହେବ
କିଛି ଯିବ ନାହିଁ ସାଥେ ।
କର୍ମ କରିଚାଲ ଧର୍ମ ପଥେ ରହି
ଭାଗ୍ୟ ହାତେ ନଦେଇ ଡୋର
ଭକ୍ତି ଭାବେ ସମର୍ପଣ ମନୋଭାବ ରଖ
ଏହାହିଁ ମାନଦଣ୍ଡ ଜୀବନର ।