STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Romance

4  

ପ୍ରିୟଦର୍ଶିନୀ ମହାନ୍ତି

Romance

ପ୍ରେମ ପାଇଁ ଗୋଟିଏ ଦିନ!

ପ୍ରେମ ପାଇଁ ଗୋଟିଏ ଦିନ!

1 min
494


କ'ଣ ପ୍ରେମ ପାଇଁ ଯଥେଷ୍ଟ କି

ଗୋଟିଏ ଦିନ!

ନା ପ୍ରେମ ଜାହିର କରିବାକୁ 

ଲୋଡ଼ା ପଡେ ନାମି ଦାମୀ ଉପହାରମାନ.!!


କ'ଣ ଖାଲି ପ୍ରେମିକା ପ୍ରେମିକ ମଧ୍ୟେ

ସୀମିତ ରୁହେ ଏ ପ୍ରେମ ଦିବସ?

ସ୍ରଷ୍ଟାର କ'ଣ ପ୍ରେମ ପ୍ରାପ୍ୟ ନୁହେଁ କି!

ପ୍ରେମ ତ ପରିବ୍ୟାପ୍ତ

ଭୂମିରୁ ଭୂମା ଯାଏଁ,

ତେବେ କ'ଣ ପାଇଁ କରାଯାଏ ବିକୃତ ।


ଅଳ୍ପ ଦିନର ସାକ୍ଷାତ

ଆଉ କିଛି ସ୍ୱାର୍ଥ ଆଶାରେ

କରାଯାଏନି ପ୍ରେମ..

ପ୍ରେମ ନୁହେଁ ସ୍ୱାର୍ଥ କିମ୍ବା ସର୍ତ୍ତ,

ପ୍ରେମ ତ ସେତୁଟିଏ

ଯୋଡ଼େ ମନ ସହ ମନ।


ଆଜି କାଲିକା ପ୍ରେମର ନିଦର୍ଶନ

ଦେଖିବାକୁ ମିଳିଯାଏ

ପାର୍କ କିମ୍ବା ହୋଟେଲରେ,

ଶେଷରେ ପ୍ରେମର ପ୍ରତୀକ ମିଳେ

ପରିତ୍ୟକ୍ତ ଗଳି ଡଷ୍ଟବିନ କିମ୍ବା ନାଳରେ ।


ପ୍ରେମର ରଙ୍ଗ କାଳେ ଲାଲ,

କିନ୍ତୁ ରକ୍ତପାତ ନୁହେଁ

ଦେହ ଦେହର ମିଛ ପ୍ରେମ ଖେଳରେ

ବଳିପଡ଼େ ଶିଶୁର କଅଁଳିଆ ଦେହ।



Rate this content
Log in

Similar oriya poem from Romance