STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Tragedy

3  

ପ୍ରିୟଦର୍ଶିନୀ ମହାନ୍ତି

Tragedy

ସେ ଝିଅ

ସେ ଝିଅ

1 min
191


କେବେ କାନ୍ଦୁନଥିଲା ସେ ଝିଅ,

କାରଣ, କେହି ଜଣେ କହିଥିଲା-

"ମା.. ! ଦୁର୍ବଳ ମାନେ ହିଁ କାନ୍ଦନ୍ତି...

ତୁ ତ ମୋ ଲକ୍ଷ୍ମୀ ନୁହଁ ଲକ୍ଷ୍ମୀବାଇ"


ସମସ୍ତେ କୁହନ୍ତି ସେ ଝିଅକୁ

"ହାତେ ମାପି ଚାଖଣ୍ଡେ ଚାଲିବାକୁ"

କିନ୍ତୁ କେହି ଜଣେ କହିଥିଲା-

" ତୋ ପାଦ ମାପରେ ତୁ ପାହୁଣ୍ଡ ରଖ,

ତେଣିକି କଣ୍ଟା ଆସୁକି ଫୁଲ

କେମିତି ସମ୍ଭାଳିବୁ ସେ ଦାୟିତ୍ବ ତୋର

ଦୁନିଆକୁ ପରଖ, କିଛି ଶିଖ"


ସମସ୍ତେ କୁହନ୍ତି," ଲଜ୍ୟା ତ ନାରୀର ଅଳଙ୍କାର"

ସେ କିନ୍ତୁ କହିଥିଲା-

," ସେ ଅଳଙ୍କାର ଖୋଲିପାରୁ 

ତୋ ମନର ମଣିଷ ପାଖେ,

କିନ୍ତୁ କେଉଁ କାମୁକ, ଲମ୍ପଟର ପଞ୍ଝାରେ ନୁହେଁ


ଦିନ ଆସିଲା:- 


ସମସ୍ତେ କହିଲେ," ସେ ଝିଅ କାଳେ ମା' ଛେଉଣ୍ଡ"

ଏବେ କିନ୍ତୁ ସେ କେହି ଜଣେ ଚୁପ ଥିଲା


ସେ ଝିଅ ମନକୁ ବୁଝେଇନେଲା

ଆଇନା ଆଗରେ ଠିଆ ହୋଇ

ଦେଖିପାରୁଥିଲା ନିଜ ଭିତରେ ତା' ପ୍ରତିଛବି।


ଲୁହ ସବୁକୁ ନିଗାଡି ଶ୍ମଶାନ ନିଆଁରେ

ଆହୁତି ଦେଲା ପରେ 

ଛାତି ଆଉ କ'ଣ ଛାତି ହୋଇରହିଥାଏ...

ପାଲଟିସାରିଥାଏ ପାଷାଣ...


କେବେ ନ କାନ୍ଦିବାକୁ ସେ ଶିଖେଇଥିଲା

ବୋଧହୁଏ ସେ ଆଗରୁ ଜାଣିଥିଲା

ତା' ବିନା ସେ ଝିଅ ଜୀବନର ପ୍ରତିଟି ଅଧ୍ୟାୟ।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy