STORYMIRROR

Manorama Mohanty

Romance

4  

Manorama Mohanty

Romance

ତୁମକୁ ମୁଁ ଭଲ ପାଏ

ତୁମକୁ ମୁଁ ଭଲ ପାଏ

1 min
375


ଭଲପାଏ ତୁମକୁ ମୁଁ 

    ମୃଦୁମନ୍ଦ ମଳୟର ସାଥେ 

    ପାହାଡ଼ର ଉତୁଙ୍ଗ ଶିଖରେ 

    ଅନ୍ଧକାର ନିର୍ଜନ ଗହ୍ବରେ !

ଭଲପାଏ ତୁମକୁ ମୁଁ 

    ସାଗର ସୁନୀଳ ବକ୍ଷରେ 

    ଲହଡିର ଚପଳ ତୃଷ୍ଣାରେ 

    ମରୁଭୂମି ବାଲୁକା ଶଯ୍ୟାରେ 

    କଣ୍ଟାଳିଆ କାକଟସଗଛରେ !!

ଭଲପାଏ ତୁମକୁ ମୁଁ 

     ବସନ୍ତରେ କୋଇଲିର ତାନେ   

     ତଟିନୀର କୁହୁକୁହୁ ଗାନେ 

     ପ୍ରଜାପତିର ଚପଳତାମନେ 

     ଗୁଣ୍ଡୁଚିର ଲୁଚିବାର ସ୍ଥାନେ !!

ଭଲପାଏ ତୁମକୁ ମୁଁ 

      ପିପିଲିର ଚାନ୍ଦୁଆ ଭିତରେ

      ହାତବୁଣା ଓଡ଼ିଆଶାଢୀରେ 

      କୋଣାର୍କର ପ୍ରସ୍ତରଗାତ୍ରରେ 

      ଧଉଳିର ଅସୀମ ଶାନ୍ତିରେ !!

ଭଲପାଏ ତୁମକୁ ମୁଁ 

    ସମାଜର ଚଳନ୍ତି ନୌକାରେ 

    ପ୍ରକୃତିର ସୁମଧୁର ସ୍ୱରେ 

    ଚିରନ୍ତନ ସତ୍ୟ ଅନୁରାଗେ 

    ହୃଦୟର ଗହୀର ଆବେଗେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance