STORYMIRROR

Prasanta Kumar Behera

Romance

4  

Prasanta Kumar Behera

Romance

ବର ବନିତା

ବର ବନିତା

1 min
370


ତାରାଭରା ଏଇ 

ଆକାଶ ତଳେ

ତମେ ତାଜମହଲର ଦ୍ୟୁତି

ଅଜନ୍ତା ଏଲୋରା 

ନର୍ତ୍ତକୀ ଆଗୋ

ମୋ'ର କାମ ନିର୍ଝରିଣୀ ପ୍ରୀତି।


ଘନ ତିମିରର 

ଖଦ୍ୟୋତିକା ତମେ

ମୋର ନୟନେ ତମର ଛବି

ଅଜନ୍ତା ଏଲୋରା 

ନର୍ତ୍ତକୀ ଆଗୋ

ମୁଁ ତମର ପ୍ରଣୟୀ କବି।


ତମ ପ୍ରେମ ମୋର 

ଲେଖନୀର କାଳି

ତମ ପ୍ରେମ ମୋର କବିତା

ଝୁରି ମୁଁ ତମକୁ 

ଝରି ଚାଲିଥିବି

ଆଗୋ ମୋର ବର ବନିତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance