STORYMIRROR

Sasmita Choudhury

Romance

4  

Sasmita Choudhury

Romance

ତୁମେ ହିଁ ଥିବାରୁ

ତୁମେ ହିଁ ଥିବାରୁ

1 min
208


ତୁମେ ହିଁ ଥିବାରୁ 

ଆଜିର ଏ ଋତୁ 

ଅପରୂପା ମୁକ୍ତା 

ପଲ୍ଲବେ ପଲ୍ଲବେ ଭରି, 

ଅବର୍ତ୍ତମାନରେ ତୁମର

ଲାଗେ କି

ପରାଗ-ଗ୍ରସ୍ତ ବା

ନିର୍ବାସନେ ଅଂଶୁମାଳି।


ତୁମେ ହିଁ ଥିବାରୁ 

ପ୍ରତ୍ଯୁଷ, ପ୍ରଦୋଷ, 

ଦିବସ ଅଥବା 

ଯାମିନୀ ଯେ ପୂଣ୍ଯମୟୀ, 

ମର୍ତ୍ତ୍ଯେ ଅରୂପ 

ଅନୀଳ ଗଗନେ

ଚଳମାନ ନିତି 

ମିଳନ ସଙ୍ଗୀତ ଗାଇ।


ତୁମେ ହିଁ ଥିବାରୁ 

ମେଘ ରୋଷଣୀର

ଭୀମ ରୂପ ଲାଗେ

ଚିତ୍ର-ନଦୀର ଢେଉ,

ତୁମ ବିନା ମୁଁ ତ

ଉଷର ଭୂଇଁର 

ଧୂସର ବୁକୁରେ

ତ୍ରସ୍ତା ସାଧବ ବୋହୂ।


ତୁମେ ହିଁ ଥିବାରୁ 

ଅନୁଭବେ ମୁଁ ଯେ

ପ୍ରେମ ଅରୁଣିମା 

କନକ କାନ୍ତି ରୂପ,

ଶାଶ୍ଵତ ଏକ 

ପ୍ରେମ ତରଙ୍ଗିଣୀ

ଅନ୍ତରେ ମୋ ଦେଖେ

ପ୍ରେମମୟ ବିଶ୍ବରୂପ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance