STORYMIRROR

Manash ranjan Pattanayak

Romance

4  

Manash ranjan Pattanayak

Romance

ପ୍ରୀତିପଦ୍ମା ଥିଲା ମନର ମାନସୀ

ପ୍ରୀତିପଦ୍ମା ଥିଲା ମନର ମାନସୀ

1 min
473


ପ୍ରୀତିପଦ୍ମା ଥିଲା ମନର ମାନସୀ 

ମନ ଆକାଶର ଲାଜ୍ଜେଇ ଅଳସୀ

 

ମାନସ ଆତ୍ମାର ନିଛକ ଆଇନା

ନିଜେ ଭାଂଗିଥିଲା ହୋଇଗଲା ଚୁନା


ଲାଜକୁଳି ଲଡା ଆଖିର ଚାହାଣୀ 

ହୃଦୟ ବକ୍ଷରେ ଥିଲା ମୋର ରାଣୀ


କେତେ ଉପଦେଶ ମାନିଛି ତାହାର

ବିଧାତା ନିୟମେ ଗଢ଼ିଲା ସଂସାର


ସୁନେଲି ରାଇଜେ ନିଦ ଭାଂଗିଗଲା 

କୁହୁକ ନଗରେ ପ୍ରୀତି ହଜିଗଲା


ନିରବ ସାଧନା ଘାରିଗଲା ମତେ

ଜିଦିରେ ଅଟଳ କାନ୍ଦୁଥିଲା ଆସ୍ତେ


ପଦ୍ମା ହସିଦେଲେ ଜହ୍ନ ଲୁଚିଯାଏ

ବଗିଚରେ ଫୁଲ ଦୋଳି ଖେଳୁଥାଏ


ରାଗିଯାଇଥିଲେ କୋଇଲିର କୁହୁ

ଦୁଷ୍ଟ ପ୍ରଜାପତି ଖୋଜିହୁଏ ମହୁ


ଦିନେ କହିଥିଲା ହେ ରାଜକୁମାର 

ସଜ ମୁଁ ହେଉଛି କର ନାହିଁ ପର


ମାନସର ସିଏ ମାନସୀ ନୋହିଲା

ଅମା ଅନ୍ଧକାର ଛାୟା ଢ଼ାଙ୍କିଗଲା


ସୁଖେଦୁଃଖେ ବାଣ୍ଟିଥିଲା ସେ ଜୀବନ

ଅଭିମାନୀ ରାଣୀ ଦୂରାଇଲା ମନ


କେଶରାଶି ତାର ମେଘର ମହ୍ଲାର

ପଲକେ ପଲକେ ଉଠିଲା ଜୁଆର


ଭଟ୍ଟା ପଡ଼ିଲାନି ଜଳସ୍ରୋତ କେବେ

ଫୁଲେଇ ଚାନ୍ଦଟା ଚାହିଁଲା ନିରବେ 


ନାନାବାୟା ଗୀତ ଶୁଭିଲାନି ସୁରେ

ପ୍ରୀତିପଦ୍ମା ମୋର ଝୁରୁଥିବ ଦୂରେ


ମନର ମାନସୀ ହୋଇ ରହିଥିବ 

ଆର ଜନମରେ ସାଥି ନିଶ୍ଚେ ହେବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance