STORYMIRROR

Manash ranjan Pattanayak

Classics

2  

Manash ranjan Pattanayak

Classics

ଶେଷ ନିଦ୍ରା

ଶେଷ ନିଦ୍ରା

1 min
3.0K

ଜଳି ଜଳି ଯିବ ଶରୀର ଜୁଈରେ

     ଉଡିଯିବ ଆତ୍ମା ପକ୍ଷୀ 

ବନ୍ଧୁ ସହୋଦର ଏକଜୁଟ ହେବେ

      ମଶାଣି ରହିବ ସାକ୍ଷୀ


ଗର୍ବ ଅହଂକାର ଚୁର୍ଣ୍ଣିଭୂତ ହେବ 

      ନଥିବ ଆଉ ପରାଣ

ଯମ ଦୂତ ଗଣ ମେଳି ବାନ୍ଧି ଆସି

      କରିବେ ପରା ହରଣ

ମାଟିର ଶରୀର ମାଟିରେ ମିଶିବ

       ହତବାକ ହେବେ ଦେଖି


ଅଢେଇ ଦିନର ଯେତେ ଫାଜଲାମୀ 

      ହୋଇଯିବ ସବୁ ଶେଷ

ମରଣ ଶେଜରେ ଶୋଇଥିବ ସେଠି 

      ଚାଲୁ ନଥିବ ନିଶ୍ବାସ 

ହେବେ ନାହିଁ କେହି ସାହା ଓ ଭରସା 

     ଅଶ୍ରୁ ଢାଳିଦେବେ ଦେଖି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics