STORYMIRROR

Manash ranjan Pattanayak

Romance

3  

Manash ranjan Pattanayak

Romance

ପ୍ରେମର ଝର

ପ୍ରେମର ଝର

1 min
244


ସମ୍ପର୍କ ଡୋରିରେ ବାନ୍ଧି ହୋଇଗଲା 

     ଆମ ଦୁହିଁଙ୍କ ହୃଦୟ

ପରାଣ ମିତ ମୋ ଜୀବନ ସଙ୍ଗୀତ 

     ତା ପାଖେ ରହିଲା ଲୟ(୦)


ସିଏ ଅଭିମାନୀ ବିରହ ରାଗିଣୀ 

     ସପନ ସୁନ୍ଦରୀ ମୋର

ଯେବେ ଦେଖିଥାଏ ମତେ ସେ ପାଖରେ

     ଉଛୁଳେ ପ୍ରେମର ଝର

ତା ବାହୁ ବନ୍ଧନେ ଛନ୍ଦି ଦେଇ ସିଏ

     ଗାଏ ସଂଗୀତ ପ୍ରଣୟ(୧)


ମୁଁ ରାଜ କୁମାର ତୁହି ରଜଜେମା

     ତୁଟିବ ନାହିଁ ସଂପର୍କ 

ଦୁହେଁ ମିଶିଯାଇ ଏକାକାର ହୋଇ

     କରିବା ପ୍ରେମର ତର୍କ

ପ୍ରୀତିର ଡୋରିରେ ବାନ୍ଧି ହୋଇଅଛେ 

     କାହିଁକି ହେବା ଅଥୟ (୨)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance