STORYMIRROR

Subhalaxmi Nayak

Romance

4  

Subhalaxmi Nayak

Romance

ପ୍ରଥମ ପ୍ରେମର ରଙ୍ଗ

ପ୍ରଥମ ପ୍ରେମର ରଙ୍ଗ

1 min
370

ଉପକ୍ରମରେ ତୁମେ,

ଆଉ "ଇତି" ପାଖେ ମୁଁ

ପ୍ରଭାତେ ସବିତାଙ୍କ କିରଣ ପରି ତୁମେ

ଆଉ ସଞ୍ଜରେ କୁଆଁ ତାରା ପରି ମୁଁ,

ସାତତାଳ ଜଳପୂର୍ଣ୍ଣ ପୁଷ୍କରିଣୀ ହେଲେ ତୁମେ

ନିଦାଘ ମରୁଭୂମିର ମରୀଚିକା ତୁଲ୍ୟ ମୁଁ,

ତମସାରେ ପୂର୍ଣ୍ଣଚନ୍ଦ୍ର ତୁମେ

ପ୍ରଜ୍ଜ୍ୱଳିତ ଛୋଟ ଦୀପଶିଖାଟିଏ ମୁଁ

ଗୋଧୂଳିର ନୀଡ଼ମୁଖା ବିହଙ୍ଗମ ତୁମେ,

ଏରୁଣ୍ଡି ରୂପକ ଲକ୍ଷ୍ମଣରେଖାର ଚିର ବନ୍ଦୀ ମୁଁ,

ତୁମ ପ୍ରେମର ସନ୍ତକ ସ୍ୱରୂପ,

ଅର୍ଦ୍ଧଦଗ୍ଧ ଗୋଲାପି ଚିଠିଟିଏ ମୁଁ

ବନ୍ଧନ ନୁହେଁ ବନ୍ଧନୀରେ ଶୋଭାବର୍ଦ୍ଧନକାରୀ

ତୁମର "ପ୍ରଥମ ପ୍ରେମ " ମୁଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance