STORYMIRROR

Binata Mohanta

Abstract Romance Inspirational

3  

Binata Mohanta

Abstract Romance Inspirational

ଦୁଇ ପଦ ମିଠା କଥା ଓ ଟିକେ ଆଶ୍ଵାସନ

ଦୁଇ ପଦ ମିଠା କଥା ଓ ଟିକେ ଆଶ୍ଵାସନ

1 min
348

ପ୍ରତିଟି ଗୃହିଣୀ

ନିର୍ଦ୍ଧାରିତ କରିଥାଏ

ଆଗାମି ଦିନର

କାର୍ଯ୍ୟ ବିବରଣୀ ।।


ବିଗତ ଦିନରାତିରୁ 

ହୋଇଥାଏ ସେ ସଜାଗ

ଉଦୟ ହୋଇବେ ସୂର୍ଯ୍ୟ

ସଂପାଦନ କରିବ କାର୍ଯ୍ୟ।।


ସଭିଙ୍କ ଉଠିବା ଆଗରୁ ସେ ଉଠେ

ଅତି ତତ୍ପରତାର ସହ

ସମସ୍ତ କାର୍ଯ୍ୟ ତୁଲାଇବାକୁ

ଥାଏ ତାର ଆନ୍ତରିକ ଆଗ୍ରହ।।


ସମସ୍ତ ସଦସ୍ୟଙ୍କ ବରାଦ

ତା'ର ଦୁଇ ହାତେ ଆବଦ୍ଧ

ସମତୁଲ ଭାବେ ସବୁ ତୁଲାଏ

ନେଇ ଦୀର୍ଘ ଶ୍ଵାସ ଟିଏ।।


ଭୋଜନ ପରଷି ଦିଏ 

ସମସ୍ତଙ୍କ ଇଚ୍ଛାନୁସାରେ

କାର୍ଯ୍ୟ କ୍ଷେତ୍ରକୁ ପଠାଏ

ପିନ୍ଧାଇ ସୁନ୍ଦର ପୋଷାକରେ।।


ଫେରିବାର ରାସ୍ତାକୁ 

ଅନାଇଥାଏ ଅପଲକ ନୟନରେ

ସମସ୍ତଙ୍କ ଲେଉଟାଣି ଦେଖି

ମନ ଭରିଥାଏ ଆନନ୍ଦରେ।।


ଦୈନଦିନ କାର୍ଯ୍ୟରେ

ସେ ହୋଇ ନିୟୋଜିତ

ନିଜ ଖୁସି ଓ ଆଶାକୁ

ହୃଦୟରେ କରିଥାଏ ସିମିତ।।


ବୁକୁ ମଧ୍ୟେ ଚାପିଥାଏ

ସମସ୍ତ କଷ୍ଟ ଓ ବେଦନା

ପ୍ରତିବଦଳରେ ଚାହିଁଥାଏ

ଦୁଇ ପଦ ମିଠା କଥା ଓ ଟିକେ ଆଶ୍ଵାସନା।।


ଏହି ଟିକେ ସ୍ନେହ ପାଇ

ଭୁଲେ କଷ୍ଟ ଓ ବ୍ୟଥା ସମସ୍ତ

ଆଗାମୀ ଦିନ ପାଇଁ ପୁଣି

ସେ ହୋଇଥାଏ ପ୍ରସ୍ତୁତ ।।


            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract