କିଛି କ୍ଷଣ
କିଛି କ୍ଷଣ
କିଛି କ୍ଷଣ ବଞ୍ଚିବାକୁ ଦିଅ
ପିଇବାକୁ ଦିଅ ଛାତି ଭର୍ତ୍ତି ପବନ
ରୁହ ଟିକେ
ମୋତେ ତୁମ ଉପସ୍ଥିତିରେ
ଆତ୍ମହରା ହେବାକୁ ଦିଅ
ତୁମ ସାନ୍ନିଧ୍ୟରେ ଉତ୍ଫୁଲିତ ହେଉ ମନ
କ୍ଷଣିକ ଲାଗି ହେଉ ପଛେ
ଅନ୍ତରଙ୍ଗ ହୋଇ ଉଠୁ ଗଗନ ପବନ
ଜୀରାରୁ ଶୀରା ନ କାଢି
ନିର୍ବାକ ହୋଇ ବସିଥିବା ଦୁହେଁ
ଆଖି ଆଖି ରେ ହେବ ଅକୁହା କଥା
ବିନା ଗ୍ଲାନିରେ ଝରିଯିବ ଆନନ୍ଦାଶ୍ରୁ

