STORYMIRROR

Gangotri Priyadarshini

Romance

3  

Gangotri Priyadarshini

Romance

କିଛି କ୍ଷଣ

କିଛି କ୍ଷଣ

1 min
247


କିଛି କ୍ଷଣ ବଞ୍ଚିବାକୁ ଦିଅ

ପିଇବାକୁ ଦିଅ ଛାତି ଭର୍ତ୍ତି ପବନ


ରୁହ ଟିକେ

ମୋତେ ତୁମ ଉପସ୍ଥିତିରେ

ଆତ୍ମହରା ହେବାକୁ ଦିଅ

ତୁମ ସାନ୍ନିଧ୍ୟରେ ଉତ୍ଫୁଲିତ ହେଉ ମନ

କ୍ଷଣିକ ଲାଗି ହେଉ ପଛେ

ଅନ୍ତରଙ୍ଗ ହୋଇ ଉଠୁ ଗଗନ ପବନ 


ଜୀରାରୁ ଶୀରା ନ କାଢି

ନିର୍ବାକ ହୋଇ ବସିଥିବା ଦୁହେଁ


ଆଖି ଆଖି ରେ ହେବ ଅକୁହା କଥା

ବିନା ଗ୍ଲାନିରେ ଝରିଯିବ ଆନନ୍ଦାଶ୍ରୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance