STORYMIRROR

Nilakantha Dash

Fantasy Others

4  

Nilakantha Dash

Fantasy Others

ଇଏ କି ପରିବର୍ତ୍ତନ ?

ଇଏ କି ପରିବର୍ତ୍ତନ ?

1 min
416

ଇଏ କି ପରିବର୍ତ୍ତନ..? 

ବିଚଳିତ ଆଜି ମୋର ଏଇ ମନ ! 

ମନରେ ସୃଷ୍ଟି ହୁଏ ଅଶାନ୍ତ ଜୁଆର 

ବୁଝିପାରେ ନାହିଁ ଇଏ ପ୍ରଭାବ କାହାର..? 

ଆଖି ଆଗରେ ଉଡ଼ିବୁଲେ ଏକ ସୁନ୍ଦର ପରୀ 

ପରୀ ନୁହେଁ ସେ ମୋ ମନ ର ଈଶ୍ୱରୀ 

ମୋ ମନ ଭିତରେ ସିଏ କରିଛି ଘର 

ଭାବନାରେ ଆସୁଥାଏ ସେ ବାରମ୍ବାର 

ଗଢିଛି ବିଧାତା ତାକୁ ଭାରି ଯତନରେ 

ଊଣଆ ଟିକେ କରିନାହିଁ ତା ରୂପ ଯୌବନରେ 

ମୋ ମନକୁ ସିଏ କରିଛି ଅଧିକାର 

କହୁଅଛି କାନେ ମୋର ମୁଁ ଏକା ତୁମର 

ସିଏ ଅଛି ମୋର ବହୁତ ପାଖରେ 

ତଥାପି ମୋ ମନ ତାକୁ ଝୁରେ ବିରହରେ 

ଶୟନେ ସପନେ ଜାଗରଣେ ସେ ସବୁବେଳେ ଆସୁଥାଏ 

ଭାବିବାକୁ ବାଧ୍ୟ କରେ ତାକୁ ମୁଁ ଭଲପାଏ 

ଭଲପାଇବାଟା ପାପ ନୁହେଁ ଏକ ପଵିତ୍ର ବନ୍ଧନ 

ଜଣାପଡେ ନାହିଁ ଏଥିରେ ରାତି ଅବା ଦିନ 

ଭଲପାଇବାର ଅନ୍ୟ ନାମ ପ୍ରେମ 

ଏହି ପ୍ରେମ ଯାହାକି ଭଗବାନଙ୍କୁ ପାଇବାର ଶ୍ରେଷ୍ଠ ମାଧ୍ୟମ 

ହେ ଭଗବାନ ! କର ତୁମ କରୁଣା ର ବୃଷ୍ଟି 

ମୋ ଭଲପାଇବାକୁ ମିଳୁ ସଭିଙ୍କ ସ୍ୱୀକୃତି 

ପ୍ରେମ ମୋର ପାଇବାକୁ କରେ ନିବେଦନ 

ଏତିକି ଆଶିଷ କର ମୋତେ ହେ ମଧୁସୂଦନ !


Rate this content
Log in

Similar oriya poem from Fantasy